୩୯ ବର୍ଷ ବୟସରେ ଜୀବନ ସାଥୀ ବାଛିଲେ ଗୋପୀ ବୋହୂ, ଧରିଲେ ଅଭିନେତା ବରୁଣଙ୍କ ହାତ
ଷ୍ଟାର ପ୍ଲସର ଲୋକପ୍ରିୟ ସିରିଏଲ' ସାଥ୍ ନିଭାନା ସାଥିୟା। ଏଥିରେ ଗୋପୀ ବୋହୁ ଭୂମିକାରେ ଅଭିନୟ କରୁଥିବା ଜିୟା ମାନେକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜିୟା ଟିଭି ଅଭିନେତା ବରୁଣ ଜୈନଙ୍କୁ ବିବାହ କରିଛନ୍ତି। ଉଭୟ ସୋସିଆଲ ମିଡିଆରେ ଫଟୋ ସେୟାର କରି ଏହି ସୂଚନା ସମସ୍ତଙ୍କ ସହ ସେୟାର କରିଛନ୍ତି। ଜିୟା ୩୯ ବର୍ଷ ବୟସରେ ଏକ ନୂତନ ଜୀବନ ଆରମ୍ଭ କରିଛନ୍ତି। ପ୍ରଶଂସକମାନେ ସେମାନଙ୍କର ଗୋପୀ ବୋହୁଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଉଛନ୍ତି।
ଫଟୋ ସେୟାର କରି ଜିୟା ଲେଖିଛନ୍ତି, "ଭଗବାନ ଏବଂ ଗୁରୁଙ୍କ କୃପାରୁ ଆମେ ସବୁଦିନ ପାଇଁ ଏକାଠି ହୋଇଛୁ। ହାତରେ ହାତ ମିଶାଇ, ହୃଦୟ ସହ ହୃଦୟ ମିଶାଇ। ଆମେ ଦୁଇ ବନ୍ଧୁ ଥିଲୁ ଏବଂ ଆଜି ଆମେ ସ୍ୱାମୀ-ସ୍ତ୍ରୀ ହୋଇଛୁ। ଏହି ଦିନକୁ ସ୍ୱତନ୍ତ୍ର କରିଥିବା ଲୋକଙ୍କ ଭଲପାଇବା, ଆଶୀର୍ବାଦ ଏବଂ ଶୁଭେଚ୍ଛା ପାଇଁ ମୁଁ ବହୁତ କୃତଜ୍ଞ।"

ଫଟୋରେ ଜିୟା ଏକ ସୁନେଲି ରଙ୍ଗର ଶାଢ଼ି ପିନ୍ଧିଥିବାର ଦେଖାଯାଇଛି। ଏହା ସହିତ ସେ ଟେମ୍ପୁଲ ଜୁଏଲାରୀ ପିନ୍ଧିଛନ୍ତି। ମଥାରେ ସିନ୍ଥି ସହ, ଗଳାରେ ହାର, କାନଫୁଲ ଏବଂ ହାତରେ ଲାଲ ଚୁଡ଼ି ପିନ୍ଧିଥିବା ଦେଖାଯାଇଛି। ତେବେ ବରୁଣ ଜୈନ ଜଣେ ଅଭିନେତା ଯିଏ "ଦିୟା ଔର ବାତି ହମ୍"ରେ ମୋହିତ ରାଠି ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ଅନ୍ୟପକ୍ଷରେ, ଜିଆ 'ଜିନ୍ନି ଔର ଜୁଜୁ' ଏବଂ 'ତେରା ମେରା ସାଥ୍ ରହେ'ରେ କାମ କରି ଲୋକପ୍ରିୟତା ହାସଲ କରିଥିଲେ |
ଏପରିକି ସେ କମେଡି ଚଳଚ୍ଚିତ୍ର 'ନା ଘର କେ ନା ଘାଟ କେ' (୨୦୧୦) ରେ ଛୋଟ ଭୂମିକାରେ ନଜର ଆସି ବଲିଉଡରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ହେଲେ 'ସାଥ୍ ନିଭାନା ସାଥିଆ'ରେ ଗୋପୀ ବୋହୂ ଚରିତ୍ର ତାଙ୍କୁ ଘରେ ଘଣେ ପରିଚିତ କରାଇଥିଲା।












Click it and Unblock the Notifications