Saas Bahu Aur Flamingo Teaser: ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ଡିମ୍ପଲ କାପାଡିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଡିମ୍ପଲ କାପାଡିଆ ୱେବ୍ ସିରିଜ୍ 'Saas Bahu Aur Flamingo'ଜରିଆରେ ଓଟିଟିରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । କିଛି ଦିନ ପୂର୍ବରୁ ଏହି ସିରିଜର ପୋଷ୍ଟର ରିଲିଜ୍ ହୋଇଥିଲା ଏବଂ ବର୍ତ୍ତମାନ ଟିଜର ଲଞ୍ଚ କରାଯାଇଛି । ଏହା ଏକ ରୋମାଞ୍ଚକର ସିରିଜ୍, ଯେଉଁଥିରେ ଡିମ୍ପଲଙ୍କ ବ୍ୟତୀତ ରାଧିକା ମଦାନ ଏବଂ ଇଶା ତଲୱାର ମଧ୍ୟ ନଜର ଆସିବେ ।

Saas Bahu Aur Flamingo Teaser

ଟିଜରରେ ଡିମ୍ପଲ୍ କାପାଡିଆଙ୍କୁ ଆଳତୀ କରୁଥିବା ଦେଖିବା ପାଇଁ ମିଳୁଛି ଏବଂ ବ୍ୟାକଗ୍ରାଉଣ୍ତରେ 'କ୍ୟୁକି ସାସ୍ ଭି କଭି ବହୂ ଥିର' ଟାଇଟେଲ୍ ଗୀତ ବାଜୁଛି । ଏହି ସିରିଜର ମୁଖ୍ୟ କଳାକାର ମାନେ ମଧ୍ୟ ବେଶ୍ ଖୁସିରେ ଡ୍ୟାନ୍ସ କରୁଛନ୍ତି । ହେଲେ କିଛି ସମୟ ପରେ ସବୁକିଛି ବଦଳିଯାଉଛି । ଗୋଟିଏ ସିନରେ, ଡିମ୍ପଲ୍ କାପାଡିଆ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକରେ ଗୁଳି କରୁଛନ୍ତି । ଯାହା ପରେ ହିଂସା ଏବଂ ଫାଇଟିଙ୍ଗ୍ ସିନ୍ ଦେଖିବା ପାଇଁ ମିଳୁଛି । ଅଭିନେତ୍ରୀ ଡିମ୍ପଲ୍ କାପାଡିଆଙ୍କୁ ଏହି ସିରିଜରେ ଏକ ଭିନ୍ନ ଅନ୍ଦାଜରେ ଦେଖିବା ପାଇଁ ମିଳିଛି ।


'Saas Bahu Aur Flamingo'ର ଟିଜର Maddock Filmsର ଇନଷ୍ଟାଗ୍ରାମ ପେଜରେ ସେୟାର କରାଯାଇଛି ।
ଡିମ୍ପଲ୍ କାପାଡିଆଙ୍କର ଏହି ସିରିଜ୍ ଡିସ୍ନି ପ୍ଲସ୍ ହଟଷ୍ଟାରରେ ୫ ମେ ୨୦୨୩ରେ ରିଲିଜ୍ କରାଯିବ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ହୋମି ଅଦାଜାନିଆ। ଏହା ପୂର୍ବରୁ ଡିମ୍ପଲ୍ କାପାଡିଆଙ୍କୁ ବ୍ଲକବଷ୍ଟର ଫିଲ୍ମ 'ପଠାନ'ରେ ଦେଖିବା ପାଇଁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+