ସମୁଦ୍ରରେ ଭାସି ଜାଇ ଅଭିନେତ୍ରୀଙ୍କ ମୃତ୍ୟୁ
Russian Actress Kamilla Belyatskaya Death: ସମୁଦ୍ର କୂଳରେ ଯୋଗ କରିବା ସମୟରେ ଭାସି ଗଲେ ଅଭିନେତ୍ରୀ । ଫଳରେ ୨୪ ବର୍ଷିୟ ଋଷ ଅଭିନେତ୍ରୀ Kamilla Belyatskayaଙ୍କ ଦେହାନ୍ତ ହୋଇଛି । ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ସ୍ପଷ୍ଟ ଦେଖିବା ପାଇଁ ମିଳୁଛି ଅଭିନେତ୍ରୀ ଜଣକ ଏକ ପଥର ଉପରେ ବସି ଯୋଗ କରିବା ସମୟରେ ହଠାତ୍ ଏକ ବଡ଼ ଢେଉ ଆସିଥିଲା ଯାହା ସମୁଦ୍ର ମଧ୍ୟକୁ ଅଭିନେତ୍ରୀଙ୍କୁ ଟାଣି ନେଇଥିଲା ।

ତେବେ ଏହି ଘଟଣା ଥାଇଲ୍ୟାଣ୍ଡର କୋହ ସାମୁଇ ଦ୍ୱୀପରେ ଘଟିଛି । କୁହାଯାଉଛି ଏହି ସମୁଦ୍ର କୂଳ ଅଭିନେତ୍ରୀଙ୍କର ଅତି ପ୍ରିୟର ଥିଲା ଯେଉଁ ସ୍ଥାନକୁ ସେ ପୂର୍ବରୁ ଅନେକ ଥର ଯାଇଛନ୍ତି ।
Hình ảnh cuối của nữ du khách tập yoga trên mỏm đá trước khi bị sóng cuốn
Một nữ du khách Nga 24 tuổi đã bị sóng cuốn xuống biển khi tập yoga trên mỏm đá tại điểm ngắm cảnh Lad Koh, đảo Koh Samui, Thái Lan vào ngày 29-11. pic.twitter.com/7VYbwevCzM
— South of Vietnam (@vincent31473580) December 1, 2024
ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିଥିଲା, ଯେଉଁଥିରେ ଅଭିନେତ୍ରୀ ଏକ ନାଲି ରଙ୍ଗର କାରରେ ସେଠାରେ ପହଞ୍ଚିଥିଲେ ଏବଂ ଏକ ଯୋଗ ମ୍ୟାଟ୍ ପକାଇ ଯୋଗ କରିବା ଆରମ୍ଭ କରିଥିଲେ । କିଛି ସମୟ ପରେ ସମୁଦ୍ରର ବଡ଼ ଢେଉ ଆସି ଅଭିନେତ୍ରୀଙ୍କୁ ସମୁଦ୍ର ଭିତରକୁ ଟାଣି ନେଇଥିଲା । ଉଦ୍ଧାରକାରୀ ଦଳ ୧୫ ମିନିଟ ମଧ୍ୟରେ ସେଠାରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ସେତେବେଳକୁ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଡେଲି ମେଲ୍ ଅନୁସାରେ, ଅଭିନେତ୍ରୀ ଉକ୍ତ ସ୍ଥାନକୁ ବେଶ ପସନ୍ଦ କରୁଥିଲେ । ସେ ଅନେକ ଥର ଉକ୍ତ ସ୍ଥାନକୁ ଯାଉଥିଲେ, ସେ ଏହାକୁ ବିଶ୍ୱର ସର୍ବତ୍ତୋମ ସ୍ଥାନ ଭାବେ ବର୍ଣ୍ଣନା କରିଥିଲେ । ଅଭିନେତ୍ରୀଙ୍କର ଏପରି ମୃତ୍ୟୁ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଅନେକ ଲୋକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଏହି ଭଡିଓରେ ଦେଖିବା ପାଇଁ ମିିଳୁଛି । ଋଷ ଅଭିନେତ୍ରୀଙ୍କର ମୃତ୍ୟୁ ପରେ ଦେଶର ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।












Click it and Unblock the Notifications