ମା'ହେବାର ୫୫ ଦିନ ପରେ ୧୧ କେଜି ଓଜନ୍ ହ୍ରାସ କରିଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ କିପରି
Rubina Dilaik: ୩୭ ବର୍ଷ ବୟସରେ ମଧ୍ୟ ରୁବିନା ଦିଲେକଙ୍କ ସୁନ୍ଦରତାରେ କୌଣସି କମି ଆସି ନାହିଁ। ସୋସିଆଲ ମିଡିଆରେ ରୁବିନାଙ୍କର ଅନେକ ଫଟୋ ଭିଡିଓ ଭାଇରାଲ ହୋଇଥାଏ । ଯେଉଁଥିରେ ତାଙ୍କ ସୁନ୍ଦରତା ଫ୍ୟାନ୍ସଙ୍କ ମନ ଜିଣିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରେଗନେନ୍ସିର ୫୫ ଦିନ ମଧ୍ୟରେ ଏହି ଅଭିନେତ୍ରୀ ନିଜର ୧୧ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ।
ଲୋକପ୍ରିୟ ଟିଭି ଅଭିନେତ୍ରୀ ରୁବିନା ଦିଲେକ ଆଜିକାଲି 'ଲାଫଟର୍ ସେଫ୍ସ' ଏବଂ 'ବ୍ୟାଟଲଗ୍ରାଉଣ୍ଡ'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଉଭୟ ଶୋ'ରେ ପ୍ରତିଦିନ ଅଭିନେତ୍ରୀଙ୍କ ଗ୍ଲାମର ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ପ୍ରଶଂସକମାନେ ମଧ୍ୟ ତାଙ୍କ ଫିଟନେସ୍ ଏବଂ ଚମକଦାର ତ୍ୱଚାର ଖୁବ୍ ପ୍ରଶଂସା କରୁଛନ୍ତି । ତେଣୁ ଯଦି ଆପଣ ମଧ୍ୟ ଅଭିନେତ୍ରୀଙ୍କ ପରି ସୁନ୍ଦର ଦେଖାଯିବାକୁ ଚାହାଁନ୍ତି, ତେବେ ତାଙ୍କର ଡାଏଟ୍ ରୁଟିନ୍ ଉପରେ ନଜର ପକାନ୍ତୁ ଏବଂ ଫଲୋ କରନ୍ତୁ ।

ରୁବିନାଙ୍କ ଅଭିନୟ ଦକ୍ଷତା ଏବଂ ଫିଟନେସରେ ପ୍ରଶଂସକମାନେ ପ୍ରଭାବିତ। ପ୍ରକୃତରେ ଅଭିନେତ୍ରୀ ୨୦୨୩ ମସିହାରେ ତାଙ୍କର ଟୁଇନ୍ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ପ୍ରସବର ମାତ୍ର ୫୫ ଦିନ ମଧ୍ୟରେ ଅଭିନେତ୍ରୀ ନିଜକୁ ପୁଣି ଥରେ ନିଜକୁ ଫିଟ୍ କରିଥିଲେ ।
ତେଣୁ ଯଦି ଆପଣ ମଧ୍ୟ ରୁବିନାଙ୍କ ପରି ଫିଗର ପାଇବାକୁ ଚାହୁଁଛନ୍ତି କିମ୍ବା ପ୍ରସବ ପରେ ଓଜନ କମାଇବାଇବାର ପ୍ଲାନ୍ କରୁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ଅଭିନେତ୍ରୀଙ୍କ ଡାଏଟ୍ ପ୍ଲାନ୍ ଆଣିଛୁ। ଯାହା ଅତି ସରଳ ।
ପ୍ରସବର ୫୫ ଦିନ ମଧ୍ୟରେ ରୁବିନା ଦିଲାଇକ୍ ୧୧ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି। ଏଥିପାଇଁ, ଅଭିନେତ୍ରୀ ପ୍ରଥମେ ତାଙ୍କ ଖାଦ୍ୟରେ ସୁସ୍ଥ ଖାଦ୍ୟ ସାମିଲ କରିଥିଲେ। ଏହା ପରେ, ଅଭିନେତ୍ରୀ ଯୋଗ ଆରମ୍ଭ କଲେ ଏବଂ ତାଙ୍କର ମାଂସପେଶୀକୁ ମଜବୁତ କରିବା ପାଇଁ କୋର ବ୍ୟାୟାମ ଆରମ୍ଭ କଲେ। ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ମଧ୍ୟ ଏହା ଉଲ୍ଲେଖ କରିଛନ୍ତି।
ରୁବିନା ଦିଲାଇକ୍ ଦିନସାରା ପ୍ରଚୁର ପାଣି ପିଇଥିଲେ। ସେ ତାଙ୍କ ଖାଦ୍ୟରେ ପ୍ରୋଟିନ୍ ମଧ୍ୟ ସାମିଲ କରିଥିଲେ । ଏହା ବ୍ୟତୀତ, ଅଭିନେତ୍ରୀ ଓଜନ ହ୍ରାସ କରିବା ପାଇଁ ପ୍ରଚୁର ତାଜା ଫଳ ମଧ୍ୟ ଖାଦ୍ୟରେ ସାମିଲ୍ କରିଥିଲେ ।












Click it and Unblock the Notifications