ଗର୍ଭବତୀ ଅଛନ୍ତି ରୁବିନା ଦିଲାଇକ୍, ଅଭିନେତ୍ରୀ କହିଲେ ଏପରି କଥା...
Rubina Diiaik confirms pregnancy: ଦୀର୍ଘ ଦିନ ଧରି ପ୍ରଶଂସକଙ୍କ ଟେଲି ଅଭିନେତ୍ରୀ ରୁବିନା ଦିଲେକଙ୍କ ଗର୍ଭଧାରଣ ଖବରକୁ ଦ୍ୱନ୍ଦରେ ଥିଲେ । ହେଲେ ବର୍ତ୍ତମାନ ଅଭିନେତ୍ରୀ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପ୍ରଶଂସକଙ୍କୁ ଦେଇଛନ୍ତି ଗୁଡ୍ ନ୍ୟୁଜ୍ । ନିକଟରେ ରୁବିନା ନିଜ ପ୍ରେଗନେନ୍ସି ଖବରକୁ ନିଶ୍ଚିତ କରିଛନ୍ତି । ନିଜ ସୋସିଆଲ ମିଡିଆ ସାଇଟରେ ଅଭିନେତ୍ରୀ ସ୍ୱାମୀ ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କ ବେବି ବମ୍ପ ଲୁକ୍ ଦେଖିବା ପାଇଁ ମିଳୁଛି ।
କିଛି ସମୟ ପୂର୍ବରୁ ଲୋକମାନେ ରୁବିନା ଦିଲାୟକଙ୍କ ଏକ ଫଟୋ ଉପରେ ପ୍ରତିକ୍ରିୟା ଦେଇ ପ୍ରଶ୍ନ କରିଥିଲେ ଯେ ସେ ଗର୍ଭବତୀ ଅଛନ୍ତି । ଯାହା ଉତ୍ତର ଆଜି ସମସ୍ତଙ୍କୁ ମିଳିଯାଇଛି । ରୁବିନା ଏକ ସୁନ୍ଦର ପୋଷ୍ଟ କରି ସବୁ ଗୁଜବର ଅନ୍ତ କରିଛନ୍ତି । ନିକଟରେ ଅଭିନେତ୍ରୀ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସ୍ୱାମୀ ଅଭିନଭଙ୍କୁ ମଧ୍ୟ ଦେଖିବା ପାଇଁ ମିଳୁଛି । ଏହି ଫଟୋରେ ସମୁଦ୍ର ମଝିରେ ସେ ସ୍ୱାମୀଙ୍କ ସହ ଫଟୋ କ୍ଲିକ୍ କରିଛନ୍ତି ସେଥିରେ ତାଙ୍କ ବେବି ବମ୍ପ ମଧ୍ୟ ଦେଖିବା ପାଇଁ ମିଳୁଛି । ରୁବିନା ଗର୍ଭବତୀ ଅଛନ୍ତି ଅଛନ୍ତି ବୋଲି ବର୍ତ୍ତମାନ ଘୋଷଣା କରିସାରିଛନ୍ତି ।

ବର୍ତ୍ତମାନ ସ୍ୱାମୀ ଅଭିନଭ୍ ଶୁକ୍ଲାଙ୍କ ସହ ସେ ଆମେରିକାରେ ଛୁଟି କରୁଛନ୍ତି । କିଛି ସମୟ ପୂର୍ବରୁ ବିମାନ ଭିତରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ସେ ପ୍ରେଗନେଣ୍ଟ ଅଛନ୍ତି । ବର୍ତ୍ତମାନ ରୁବିନା ସ୍ୱାମୀଙ୍କ ସହ ସମୁଦ୍ର ମଝିରେ କ୍ରୁଜରେ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଖୁବ ଭାଇରାଲ ହେଉଛି ।
ଏହି ସୁନ୍ଦର ଫଟୋରେ ସେ କ୍ୟାପସନ୍ ଦେଇଛନ୍ତି, ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ଆମେ ଏକାଠି ଦୁନିଆ ଦେଖିବୁ, ବିବାହ କଲୁ ଏବଂ ବର୍ତ୍ତମାନ ଏକ ପରିବାର ଆରମ୍ଭ କରିବାକୁ ଯାଉଛୁ । ଖୁବ୍ ଶୀଘ୍ର ନୂଆ ଅତିଥିଙ୍କୁ ସ୍ୱାଗତ କରିବୁ !












Click it and Unblock the Notifications