ସୋନୁ ନିଗମଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି, ପୂର୍ବତନ ଡ୍ରାଇଭର ଗିରଫ

ମୁମ୍ବାଇ: ବଲିଉଡର ସିଙ୍ଗର୍ ସୋନୁ ନିଗମଙ୍କ ଘରୁ ଚୋରି । ତାଙ୍କ ବାପା ଅଗମ କୁମାର ନିଗମଙ୍କ ଘରୁ ପାଖାପାଖି ୭୨ ଲକ୍ଷ ଟଙ୍କା ଚୋରି ହୋଇଥିବା ସୂଚନା । ଏନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ବାପା ଅଭିଯୋଗ ଆଧାରରେ ଆଜି ପୂର୍ବତନ ଡ୍ରାଇଭରକୁ ଗିରଫ କରିଛି ପୋଲିସ ।
ସୂଚନା ମୁତାବକ, ସୋନୁ ନିଗମଙ୍କ ଭଉଣୀ ମାର୍ଚ୍ଚ ୨୨ ତାରିଖ ବାପାଙ୍କ ଘରେ ଚୋରି ହୋଇଥିବା ନେଇ ପୂର୍ବତନ ଡ୍ରାଇଭରଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ। ସିଙ୍ଗରଙ୍କ ୭୬ ବର୍ଷୀୟ ବାପା ମୁମ୍ବାଇ ଅନ୍ଧେରି ୱେଷ୍ଟର ଓଶିୱାରାରେ ରୁହନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୮ ମାସ ଧରି ଅଗମ କୁମାର ରେହାନ୍ ନାମରେ ଜଣେ ଡ୍ରାଇଭର୍ ରଖିଥିଲେ, କିନ୍ତୁ ତା'ର କାର୍ଯ୍ୟ ସନ୍ତୋଷଜନକ ନ ହେବାରୁ ଅଳ୍ପଦିନ ତଳେ ତାଙ୍କୁ ସେ କାମରୁ ବିଦା କରି ଦେଇଥିଲେ । ବର୍ତ୍ତମାନ ରୋହନ ଘରେ ପଶି ୭୨ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।
ରବିବାର ଅପରାହ୍ଣରେ ଅଗମ କୁମାର ବେରସୋବା ଅଞ୍ଚଳରେ ଥିବା ନିକିତାଙ୍କ ଘରକୁ ଯାଇ ମଧ୍ୟାହ୍ନ ଭୋଜନ କରିବା ପରେ କିଛି ସମୟ ରହି ନିଜ ଘରକୁ ଫେରିଥିଲେ । ସନ୍ଧ୍ୟା ବେଳେ ସେ ଫୋନ୍ କରି ଝିଅ ନିକିତାଙ୍କୁ କହିଲେ ଯେ, କାଠ ଆଲମାରିରେ ଥିବା ଡିଜିଟାଲ୍ ଲକରରୁ ୪୦ ଲକ୍ଷ ଟଙ୍କା ଗାଏବ ହୋଇ ଯାଇଛି । ସେହିପରି ପରେ ଘରେ ଦେଖିଲେ, ଲକରରୁ ୩୨ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି, କିନ୍ତୁ ଲକର୍ ଭାଙ୍ଗା ଯାଇନାହିଁ।
ସିସିଟିଭି ଫୁଟେଜ ଚେକ୍ କରିବା ପରେ ସେ ତାଙ୍କ ପୁରୁଣା ଡ୍ରାଇଭରଙ୍କୁ ଚିହ୍ନି ଥିଲେ। ବର୍ତ୍ତମାନ ପୋଲିସ ଆଇପିସିର ଧାରା ୩୮୦, ୪୫୪ ଏବଂ ୪୫୭ ଅନୁଯାୟୀ ମାମଲା ରୁଜୁ କରି ରେହାନକୁ ଖୋଜିବା ଆରମ୍ଭ କରିଛି। ଅଗମ କୁମାର ନିଗମ ମଧ୍ୟ ଜଣେ ବଲିଉଡର ଲୋକପ୍ରିୟ ଗାୟକ ଅଟନ୍ତି।












Click it and Unblock the Notifications