ବର୍ଷା-ଅନୁଭବଙ୍କୁ ୫ ହଜାର ଲେଖାଏଁ ଫାଇନ୍
ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏ ଜମା ପାଇଁ ପରିବାର ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି ।
କଟକ: ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏ ଜମା ପାଇଁ ପରିବାର ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବେ ଉଭୟ ।

ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି ଗ୍ରହଣ କଲେ କୋର୍ଟ । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ । ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନ ବି ଗ୍ରହଣ କରାଯାଇଛି । ବାରମ୍ବାର ତାରିଖ ସତ୍ତ୍ୱେ ସାକ୍ଷ୍ୟଗ୍ରହଣ ପାଇଁ ଆସୁନଥିଲେ ବର୍ଷା । ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ବି ଭୁଲ୍ ଦେଇଥିଲେ ସାଂସଦ ଅନୁଭବ ମହାନ୍ତି ।
ସୂଚନା ଥାଉକି, ଦୁହିଁଙ୍କ ବିବାହ ବିଚ୍ଛେଦ ମାମଲା ନେଇ ଗତ ୭ ତାରିଖରେ ବର୍ଷା ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଥିଲେ। କଟକ ପାରିବାରିକ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର କରିଥିବା ନିଜ ଆବେଦନକୁ ବର୍ଷା ପ୍ରତ୍ୟାହାର କରିଥିଲେ। କଟକ ପାରିବାରିକ ଅଦାଲତରେ ଅନୁଭବଙ୍କ ସାନି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ।
ତେବେ ଅନୁଭବଙ୍କ ସାକ୍ଷ୍ୟଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ଫ୍ୟାମିଲି କୋର୍ଟ ବର୍ଷାଙ୍କ ଆବେଦନକୁ ଗତ ୧୬ ତାରିଖରେ ଖାରଜ କରିଦେଇଥିଲେ। ଫ୍ୟାମିଲି କୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଫ୍ୟାମିଲି କୋର୍ଟଙ୍କ ନୂଆ ନିର୍ଦ୍ଦେଶନାମା ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା ଅଲୋଚନାକୁ ବଢ଼ାଇଛି।












Click it and Unblock the Notifications