ସାରା ବିଶ୍ୱ ବକ୍ସଅଫିସରେ ରାଜ କରୁଛି 'RRR', ପାଇଲା ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ସାରା ବିଶ୍ୱ ବକ୍ସଅଫିସରେ ରାଜ କରୁଛି 'RRR', ପାଇଲା ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ହାଇଦ୍ରାବାଦ: କେବଳ ଭାରତରେ ନୁହେଁ, ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସାଉଥ୍ ଚଳଚ୍ଚିତ୍ର ନିଜର ପ୍ରାଧାନ୍ୟ ବିସ୍ତାର କରିଚାଲିଛି । ନିକଟରେ 'ବାହୁବଳୀ' ଫେମ୍ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ଚଳଚ୍ଚିତ୍ର 'RRR' ଆଟଲାଣ୍ଟା ଚଳଚ୍ଚିତ୍ର କ୍ରିଟିକ୍ସ ସର୍କଲରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ରର ପୁରସ୍କାର ଲାଭ କରିଛି । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା ।
The 2022 Atlanta Film Critics Circle Awards
Best International Picture:
— Atlanta Film Critics Circle (@ATLFilmCritics) December 5, 2022
RRR#AFCC #AFCC2022Awards @RRRMovie #RRR #RRRmovie pic.twitter.com/Ol1TLSLcQp
ଚଳଚ୍ଚିତ୍ରର ନୂତନ ସଫଳତା
ଟ୍ରିପଲ୍ ଆର ମୁଖ୍ୟ ଭୂମିକାରେ ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କୁ ଦେଖିବା ପାଇଁ ମିଳିଥିଲା । ଏହା ସହିତ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ୍ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନଜର ଆସିଥିଲେ । ରିଲିଜ୍ ପରେ ବିଦେଶ ବଜାରରେ ମଧ୍ୟ ରେକର୍ଡ ଭାଙ୍ଗୁଛି ଏହି ସୁପହିଟ୍ ଫିଲ୍ମ । ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ଆଟଲାଣ୍ଟା ଚଳଚ୍ଚିତ୍ର କ୍ରିଟିକ୍ସ ସର୍କଲ ପୁରସ୍କାର ୨୦୨୨ ରେ ଏକ ନୂତନ ସଫଳତା ହାସଲ କରିଛି ।

ଟ୍ୱିଟରରେ RRR ପ୍ରାଧାନ୍ୟ ବିସ୍ତାର କଲା
ସୋମବାର ଆଟଲାଣ୍ଟା ଫିଲ୍ମ କ୍ରିଟିକ୍ସ ସର୍କଲ ଟ୍ୱିଟରେ ଫିଲ୍ମର ଏକ ପୋଷ୍ଟର ସେୟାର କରିଛି । ଏଥିରେ ଲେଖାଥିଲା, "୨୦୨୨ ଆଟଲାଣ୍ଟା ଚଳଚ୍ଚିତ୍ର କ୍ରିଟିକ୍ସ ସର୍କଲ ପୁରସ୍କାର, ଶ୍ରେଷ୍ଠ ଆନ୍ତର୍ଜାତୀୟ ଚିତ୍ର: RRR .." ଏହା ପରେ RRR ଚଳଚ୍ଚିତ୍ରର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଟିମ୍ ତରଫରୁ ଧନ୍ୟବାଦ ଜଣାଇ ଏକ ଟୁଇଟ୍ ସେୟାର କରାଯାଇଥିଲା । ଯେଉଁଥିଲେ ଧନ୍ୟବାଦ @ATLFilmCritics #RRRMovie । "ଲେଖାଯାଇଥିଲା ।
ରାଜାମୌଲିଙ୍କୁ ମିଳିଲା ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର
ପୁରସ୍କାର ଘୋଷଣା ହେବା ମାତ୍ରେ ପ୍ରଶଂସକମାନେ ଜୁନିଅର ଏନଟିଆର ଏବଂ ରାମ ଚରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅଧିକାଂଶ ପ୍ରଶଂସକ ଏହି ଚଳଚ୍ଚିତ୍ରକୁ ଏକ ଐତିହାସିକ ସଂସ୍କୃତି ସିନେମା ଫିଲ୍ମ ବୋଲି କହିଥଲେ । ପ୍ରକାଶ ଥାଉକି, ଗତ ସପ୍ତାହରେ ନ୍ୟୁୟର୍କ ଚଳଚ୍ଚିତ୍ର କ୍ରିଟିକ୍ସ ସର୍କଲରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ ରାଜମୌଲିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଥିଲା
RRR'ର କାହାଣୀ
ସ୍ୱାଧୀନତା ପୂର୍ବର 'RRR'ଏକ କାଳ୍ପନିକ କାହାଣୀ । ଏହି ଚଳଚ୍ଚିତ୍ରରେ ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କର ଚମତ୍କାର ଅଭିନୟ ଦର୍ଶକଙ୍କୁ ମତୁଆଲ କରିଥିଲା । ଫିଲ୍ମର ଗୀତଗୁଡ଼ିକ ମଧ୍ୟ ସୁପର ହିଟ୍ ପ୍ରମାଣିତ ହୋଇଥିଲା । ମାର୍ଚ୍ଚରେ ମୁକ୍ତିଲାଭ କରିଥିବା RRR ୱାର୍ଲ୍ଡ ୱାଇଡ୍ ବକ୍ସ ଅଫିସରେ ଏକ ହଜାର କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଫିଲ୍ମର ହିନ୍ଦୀ ସଂସ୍କରଣ ମେ ୨୦ରେ ନେଟଫ୍ଲିକ୍ସରେ ପ୍ରିମିୟର୍ ହୋଇଥିଲା ଏବଂ ଖୁବ୍ ଶୀଘ୍ର ଫିଲ୍ମଟି ସାରା ବିଶ୍ୱର ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications