ଓସ୍କାରରେ ତାଲିକାରେ ସୁପରହିଟ୍ ଫିଲ୍ମ 'RRR' ,ଜୁନିୟର ଏନଟିଆରଙ୍କୁ ମିଳିପାରେ ଶ୍ରେଷ୍ଠ ଅଭିନେତା ଆୱାର୍ଡ !
RRR In Oscars 2023:ଓସ୍କାରରେ ତାଲିକାରେ ସୁପରହିଟ୍ ଫିଲ୍ମ 'RRR' ,ଜୁନିୟର ଏନଟିଆରଙ୍କୁ ମିଳିପାରେ ଶ୍ରେଷ୍ଠ ଅଭିନେତା ଆୱାର୍ଡ !
ମୁମ୍ବାଇ: ସମସ୍ତଙ୍କୁ କିମିଆ କରିଛି ଏସ୍ଏସ୍ ରାଜାମୌଲିଙ୍କ ଏହି ସୁପରହିଟ୍ ଫିଲ୍ମ 'RRR' । ସମସ୍ତଙ୍କ ପ୍ରିୟ ଫିଲ୍ମ ଲିଷ୍ଟରେ ମଧ୍ୟ ସାମିଲ୍ ହୋଇଛି । ଦେଶବିଦେଶରେ ଏହି ଫିଲ୍ମ ସୃଷ୍ଟି କରିଥିଲା ଚହଳ । ବକ୍ସ ଅଫିସରେ ୧୦୦୦ କୋଟିରୁ ଅଧିକ ଆୟ କରିସାରିଛି ଏବଂ ବର୍ତ୍ତମାନ ଏହା OTTରେ ନିଜ ମଧ୍ୟ ଏହି ଫିଲ୍ମଟି ରାଜ୍ କରୁଛି । ଭାରତୀୟ ଦର୍ଶକଙ୍କୁ ପ୍ରଭାବିତ କରିବା ପରେ ଏହା ବର୍ତ୍ତମାନ ଆମେରିକାର ଦର୍ଶକଙ୍କ ମନ ଜିଣୁଛି । ଫିଲ୍ମ ଦେଖିବା ପରେ ଅନେକ ହଲିଉଡ ତାରକା 'RRR'କୁ ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି । ହଲିଉଡ କ୍ରିଟିକ୍ସ ଆସୋସିଏସନ୍ ଆୱାର୍ଡ ୨୦୨୨ରେ ମଧ୍ୟ 'RRR'କୁ ଦୁଇଥର ସମ୍ମାନିତ କରାଯାଇଥିଲା ଏହା ମଧ୍ୟରେ ଫିଲ୍ମକୁ ନେଇ ଆଉ ଏକ ବଡ଼ ଅପଡେଟ୍ ଆସିଛି । ଖବର ଅନୁଯାୟୀ, ରାଜାମୌଲିଙ୍କ ଫିଲ୍ମ ଏବେ ଏକାଡେମୀ ପୁରସ୍କାରରେ ସଫଳତାର ହାସଲ କରିବାକୁ ଯାଉଛି ।

Variety Magazineର ଓସ୍କାରରେ ପ୍ରେଡିକ୍ସନ ତାଲିକାରେ ଜୁନିଅର ଏନ୍ଟିଆରଙ୍କୁ ଶ୍ରେଷ୍ଠ ଅଭିନେତା ବର୍ଗରେ ସ୍ଥାନିତ କରାଯାଇଛି । ବିଭିନ୍ନ ପତ୍ରିକାର ଓସ୍କାର ଭବିଷ୍ୟବାଣୀ ତାଲିକାରେ ଅଭିନେତା ଏନଟିଆରଙ୍କ ନାମ ଦେଖି ଫ୍ୟାନ୍ସ ଖୁସିର କୌଣସି ସୀମା ନାହିଁ । ସମସ୍ତଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ନିଶ୍ଚୟ । ପ୍ରଶଂସକମାନେ ଏଥିପାଇଁ ରାଜାମୌଲିକୁ ଧନ୍ୟବାଦ ମଧ୍ୟ ଦେଉଛନ୍ତି । ବିଦେଶର ନିର୍ଦ୍ଦେଶକଙ୍କୁ ମଧ୍ୟ ରାଜାମୌଲିଙ୍କ ଫିଲ୍ମ ବେଶ୍ ପସନ୍ଦ ଆସୁଛି ।

ହଲିଉଡ୍ ସମାଲୋଚକ ଟିମ୍ ପକ୍ଷରୁ ପୂର୍ବରୁ ମଧ୍ୟ ଫିଲ୍ମ 'RRR'କୁ ଦୁଇଥର ସମ୍ମାନିତ କରାଯାଇଛି । ଏଭଳି ପରିସ୍ଥିତିରେ ଫିଲ୍ମଟି ଓସ୍କାର ଜିତିବାର ସମ୍ଭାବନା ଅଧିକ ରହିଛି ବୋଲି ଆଶା କରାଯାଉଛି ।












Click it and Unblock the Notifications