RRR ଫିଲ୍ମର ମୁଖ୍ୟ ଖଳନାୟକ ଷ୍ଟିଭେନସନଙ୍କ ପରଲୋକ
ମୁମ୍ବାଇ:ସୁପରହିଟ୍ ଚଳଚ୍ଚିତ୍ର RRRର ମୁଖ୍ୟ ଖଳନାୟକ ଭାବେ ଅଭିନୟ କରିଥିବା ଇରିସ୍ ଅଭିନେତା ରେ.ଷ୍ଟିଭେନସନଙ୍କର ରବିବାର ଦିନ ପରଲୋକ ହୋଇଛି । ଇଟାଲିରେ ୫୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ ।
ଟ୍ରିପଲ୍ ଆର୍ ଟିମ୍ ପକ୍ଷରୁ ଟ୍ୱିଟ୍ କରି ଅଭିନେତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଛି । ଷ୍ଟେଭେନସନ୍ ସବୁ ବେଳେ ହୃଦୟରେ ରହିବେ ବୋଲି RRR ଟିମ୍ ପକ୍ଷରୁ ଟ୍ୱିଟ୍ କରି ଲେଖାଯାଇଛି ।

RRR ଫିଲ୍ମର ଅଭିନେତା ରାମ ଚରଣ ଏବଂ Jr NTRଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିଥିଲା । ସେହିପରି ମୁଖ୍ୟ ଖଳନାୟକ ଭାବେ ନଜର ଆସିଥିଲେ ଷ୍ଟିଭେନସନ୍ ସେ ତାଙ୍କ ଅଭିନୟରେ ସାରା ବିଶ୍ୱର ଦର୍ଶକଙ୍କ ମନ ଜିଣିଥିଲେ । ଆରଆରଆର ବ୍ୟତୀତ ଷ୍ଟିଭେନସନ୍ ଆନିମେଟେଡ୍ ଷ୍ଟାର୍ ୱାର୍ ସିରିଜ୍ 'ଦ କ୍ଲୋନ୍ ୱାର୍ସ' ଏବଂ 'ରିୱେଲ୍ସ'ରେ ନିଜ ସ୍ୱର ଦେଇଥିଲେ । ସେହିପରି ଫିଲ୍ମ 'ଦ ଥିଓରି ଅଫ୍ ଫ୍ସାଇଟ୍'ରୁ ସେ ଡେବ୍ୟୁ କରିଥିଲେ ।
ଷ୍ଟିଭେନସନ୍ ୧୯୬୪ ମସିହାରେ ଉତ୍ତର ଆୟର୍ଲାଣ୍ତର ଲିସବର୍ସରେ ଜନ୍ମଗ୍ରହଣ କରିଥିଲେ । ବ୍ରିଷ୍ଟଲ୍ ୱଲ୍ଡ ଭିକ୍ ଥିଏଟର୍ ସ୍କୁଲରେ ଅଧ୍ୟୟନ କରିବା ପରେ ସେ ବ୍ରିଟିଶ ଟେଲିଭିଜନରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ ।












Click it and Unblock the Notifications