ଏହି କାରଣରୁ ଘୁଞ୍ଚିଲା 'Rocky Aur Rani Ki Prem Kahani' ରିଲିଜ୍ ତାରିଖ, କରଣ ଦେଲେ ସୂଚନା

ଏହି କାରଣରୁ ଘୁଞ୍ଚିଲା 'Rocky Aur Rani Ki Prem Kahani' ରିଲିଜ୍ ତାରିଖ, କରଣ ଦେଲେ ସୂଚନା

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ତାଙ୍କର ଆଗାମୀ ଫିଲ୍ମ 'Rocky Aur Rani Ki Prem Kahani'ର ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ଆସନ୍ତା ବର୍ଷ ଫେବୃଆରୀ 2023 ରେ ରିଲିଜ୍ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହା 28 ଏପ୍ରିଲରେ ମୁକ୍ତିଲାଭ କରିବ । ଫିଲ୍ମର ମୁଖ୍ୟ ତାରକା ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ପାଇଁ କରଣ ଜୋହର ଏହି ନିଷ୍ପତ୍ତି ନେଇଛନ୍ତି ।

Rocky Aur Rani Ki Prem Kahani


ଖୁବ୍ ଶୀଘ୍ର କରଣ ଜୋହରଙ୍କର ରୋମାଣ୍ଟିକ୍ ମ୍ୟୁଜିକାଲ୍ ପ୍ରେମ କାହାଣୀ ଆସିବା ପାଇଁ ଯାଉଛି । ଏହି ଚଳଚ୍ଚିତ୍ରରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିବ । ଏହି ଫିଲ୍ମ ଆସନ୍ତା ବର୍ଷ ଫେବୃଆରୀରେ ରିଲିଜ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଦର୍ଶକଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଟ୍ୱିଟ୍ କରି ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ତେବେ ଏହା ପୂର୍ବରୁ ରଣବୀର-ଆଲିଆଙ୍କୁ ଗଲି ବୟରେ ଏକାଠି ଦେଖିବା ପାଇଁ ମିଳିଥିଲା । 'Rocky Aur Rani Ki Prem Kahani'ର ରିଲିଡ୍ ଡେଟ୍ ବଦଳାଇବାର ମୁଖ୍ୟ କାରଣ ହେଉଛି ଏକ ରୋମାଣ୍ଟିକ୍ ଗୀତ । କରଣ ଜୋହର ଏହି ଚଳଚ୍ଚିତ୍ରରେ ରଣଭୀର ଏବଂ ଆଲିଆଙ୍କର ଏକ ରୋମାଣ୍ଟିକ ଗୀତ ଚାହୁଁଛନ୍ତି । ଯାହାର ସୁଟିଂ ୟୁରୋପରେ କରାଯିବ । ବର୍ତ୍ତମାନ ଆଲିଆ ନୂଆ ନୂଆ ମା'ହୋଇଛନ୍ତି ସେ କାମକୁ ଫେରିବା ମାତ୍ରେ କରଣ ଜୋହର ଏହି ଗୀତର ସୁଟିଂ ଆରମ୍ଭ କରିବେ । ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ବ୍ୟତୀତ ଭେଟେରାନ ଅଭିନେତା ଧର୍ମେନ୍ଦ୍ର, ଶବାନା ଆଜମୀ ଏବଂ ଜୟା ବଚ୍ଚନଙ୍କୁ ମଧ୍ୟ ଏହି ସିନେମାରେ ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+