ସମସ୍ତଙ୍କ ପ୍ରିୟ ହାଗ୍ରିଡଙ୍କ ପରଲୋକ
'ହ୍ୟାରି ପୋଟର୍'ର ହାଗ୍ରିଡ୍ ଭୂମିକାରେ ଅଭିନୟ କରିଥିବା ରୋବି କୋଲଟ୍ରେନଙ୍କର ପରଲୋକ
Robbie Coltrane Passesd Away:ହଲିଉଡର ସୁପରହିଟ୍ ସିରିଜ୍ 'ହ୍ୟାରି ପୋଟର୍' ଏବଂ ଏହାର ଚରିତ୍ରଗୁଡ଼ିକୁ କିଏ ବା ଭୁଲିପାରିବ । ଏହି ଆଇକନିକ୍ ଚଳଚ୍ଚିତ୍ରରେ ହାଗ୍ରିଡ୍ ଭୂମିକାରେ ଅଭିନୟ କରିଥିବା ହଲିଉଡ୍ ସୁପରଷ୍ଟାର୍ ରୋବି କୋଲଟ୍ରେନଙ୍କର ଦେହାନ୍ତ ହୋଇଛି । ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିବା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଶୁକ୍ରବାର ଦିନ, ରୋବି ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହାରି ଯାଇଛନ୍ତି । ରୋବିଙ୍କ ମୃତ୍ୟୁରେ ମନୋରଞ୍ଜନ ଜଗତରେ ଶୋକର ଲହରୀ ଖେଳିଯାଇଛି ।

Scottish actor Robbie Coltrane, who played the half-giant Hagrid in the 'Harry Potter' movies and a forensic psychologist on the TV series 'Cracker', dies at the age of 72, reports The Associated Press pic.twitter.com/BC4RknZmLQ
— ANI (@ANI) October 14, 2022
ରିପୋର୍ଟ ଅନୁସାରେ, ଅଭିନେତା ଗତ ଦୁଇ ବର୍ଷ ଧରି ସ୍ୱାସ୍ଥ୍ୟ ସମସ୍ୟା ସହ ସଂଗ୍ରାମ କରୁଥିଲେ । ଅକ୍ଟୋବର ୧୪ ରେ, ସ୍କଟଲ୍ୟାଣ୍ଡର ଲାରବର୍ଟ ସ୍ଥିତ ତାଙ୍କ ଘର ନିକଟସ୍ଥ ଏକ ଡାକ୍ତରଖାନାରେ ରୋବି କୋଲଟ୍ରେନଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ ଦୁଇ ତିନି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା । ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ଗତକାଲି ରାତିରେ ତାଙ୍କର ପରଲୋକ ହୋଇଛି ।
Robbie Coltrane nailed the character of Hagrid, I always read the character from the book in his voice. Ahh I’m gonna miss him bro. pic.twitter.com/ClzpSW6mfW
— brenton (@dcuverse) October 14, 2022
ହ୍ୟାରି ପୋଟର୍ ବ୍ୟତୀତ ସେ ଆଇଟିଭିର ଗୁପ୍ତଚର ଡ୍ରାମା କ୍ରାକର ଏବଂ ଜେମ୍ସ ବଣ୍ଡ ଫିଲ୍ମ, ଗୋଲଡେନ୍ଆଇ ଏବଂ ଦି ୱାର୍ଲ୍ଡ ଇଜ୍ ନଟ୍ ଇନଫରେ ମଧ୍ୟ ଅଭିନୟ କରିଥିଲେ । ଦର୍ଶକମାନେ 'ହ୍ୟାରି ପୋଟର୍' ରେ ତାଙ୍କ ଚରିତ୍ରକୁ ବହୁତ ପସନ୍ଦ କରିଥିଲେ । ଏହା ସହିତ ସମାଲୋଚକମାନେ ରୋବି କୋଲଟ୍ରେନଙ୍କ ଚମତ୍କାର ଅଭିନୟକୁ ମଧ୍ୟ ପ୍ରଶଂସା କରିଥିଲେ।
Robbie Coltrane, el actor del legendario Hagrid en Harry Potter, ha fallecido hoy a los 72 años.
Descanse en paz ❤ pic.twitter.com/3esy0RJ1ZF
— Geek Zone 🍿 #SheHulk #BlackAdam (@GeekZoneGZ) October 14, 2022
ହ୍ୟାରି ପୋଟର ଲେଖିକା ଜେକେ ରାଉଲିଙ୍ଗ ଟ୍ୱିଟ୍ କରି ଅଭିନେତା ରୋବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଲେଖିଛନ୍ତି ଯେ , ସେ ଜଣେ ଅବିଶ୍ୱସନୀୟ ପ୍ରତିଭା ଥିଲେ । ମୁଁ ତାଙ୍କୁ ଜାଣିବା, ତାଙ୍କ ସହ କାମ କରିବା ଏବଂ ତାଙ୍କ ସହ ହସିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି । ମୁଁ ତାଙ୍କ ପରିବାର ପ୍ରତି ମୋର ପ୍ରେମ ଏବଂ ଗଭୀର ସମବେଦନା ଜଣାଉଛି' ।












Click it and Unblock the Notifications