ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ଘରୁ ଚୋରି, ଥାନାରେ ମାମଲା ରୁଜୁ
ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଥତା ଅଭିନେତା ଧନୁଷଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଛି । ଚେନ୍ନାଇର ତେୟନମପେଟ୍ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି ଐଶ୍ୱର୍ଯ୍ୟା ।

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଥତା ଅଭିନେତା ଧନୁଷଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଛି । ଚେନ୍ନାଇର ତେୟନମପେଟ୍ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି ଐଶ୍ୱର୍ଯ୍ୟା ।
ଐଶ୍ୱର୍ଯ୍ୟାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଚେନ୍ନାଇ ଘରେ ଥିବା ଲକରରୁ ୬୦ଟି ସୁନା ଓ ହୀରା ଅଳଙ୍କାର ଚୋରି ହୋଇଯାଇଛି । ଅଳଙ୍କାରର ମୂଲ୍ୟ ୩.୬୦ ଲକ୍ଷ ଟଙ୍କା । ଐଶ୍ୱର୍ଯ୍ୟା ରଜନିକାନ୍ତ କହିଛନ୍ତି, ସେ ୨୦୧୯ରେ ନିଜ ଭଉଣୀଙ୍କ ବିବାହରେ ପିନ୍ଧିବା ପାଇଁ ଏହି ଅଳଙ୍କାର କିଣିଥିଲେ ।
ସୂଚନା ଅନୁସାରେ, ଅଳଙ୍କାରକୁ ଘରେ ଥିବା ଏକ ଲକରରେ ରଖିଥିଲେ । ଏ ବିଷୟରେ ଘରେ କାମ କରୁଥିବା କିଛି ଲୋକଙ୍କୁ ହିଁ ଜଣାଥିଲା । ପୋଲିସ ଆଇପିସିର ଧାରା ୩୮୧ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଅଭିଯୋଗ ୨୭ ଫେବୃଆରୀରେ ଦିଆଯାଇଥିଲା ଏବଂ ଚୋରୀ ବିଷୟରେ ଐଶ୍ୱର୍ଯ୍ୟା ୧୦ ଫେବ୍ରୁଆରୀରେ ଜାଣିବା ପାଇଁ ପାଇଥିଲେ । ଐଶ୍ୱର୍ଯ୍ୟା ଘରେ କାମ କରୁଥିବା ଲୋକ ଏବଂ ଡ୍ରାଇଭରଙ୍କୁ ସନ୍ଦେହ କରୁଛନ୍ତି ।












Click it and Unblock the Notifications