ମୁମ୍ବାଇରେ ହେଲା ଅଭିନେତା ରୁତୁରାଜଙ୍କ ଅନ୍ତିମ ସଂସ୍କାର, ଶେଷ ବିଦାୟ ଦେବାକୁ ପହଞ୍ଚିଲେ ଅନେକ କଳାକାର
Rituraj Singh Funeral: ଜଣାଶୁଣା ଟିଭି ଅଭିନେତା ରିତୁରାଜ ସିଂଙ୍କ ଦେହାନ୍ତ ହୋଇଛି । 19 ଫେବୃଆରୀ ରାତିରେ ଅଭିନେତା ଦୁନିଆକୁ ସବୁ ଦିନ ପାଇଁ ଅଲବିଦା କହି ଆରପାରିକି ଚାଲିଯାଇଛନ୍ତି । ରିତୁରାଜଙ୍କ ଦେହାନ୍ତ ପରେ ଟେଲିଭିଜନ ଜଗତଠୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସବୁଠି ଶୋକର ଛାୟ ଖେଳିଯାଇଛି । ଆଜି ଅର୍ଥାତ୍ 21 ଫେବ୍ରୁଆରୀରେ ଅଭିନେତାଙ୍କର ଅନ୍ତିମ ସଂସ୍କାର ସମ୍ପୁର୍ଣ୍ଣ ହୋଇଛି । ରିତୁରାଜଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ଅନେକ କଳାକାର ପହଞ୍ଚିଥିଲେ ।

ମୁମ୍ବାଇର ଓସିୱାରା ଶ୍ମସାନରେ ଅଭିନେତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଯେଉଁଠାରୁ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଟିଭି ଜଗତର ଅନେକ ସେଲିବ୍ରିଟିଙ୍କୁ ଦେଖିବା ପାଇଁ ମିଳିଥିଲା । ଶେଷ ରୀତିନୀତି ପୂର୍ବରୁ ରିତୁରାଜଙ୍କ ମୃତଦେହ ତାଙ୍କ ଘରକୁ ଅଣାଯାଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ଅଭିନେତାଙ୍କ ଶେଷ ରୀତିନୀତି ତାଙ୍କ ଝିଅ କରିଛନ୍ତି ।
ଟିଭି ତାରକାମାନେ ଅଭିନେତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନୁପ ସୋନି, ନକୁଲ ମେହେତା, ହିତେନ ତେଜୱାନି, ସାଭିର କୌର, ଗୌରୀ ପ୍ରଧାନ, ଗୁଲଫାମ ଖାନ ଏବଂ ଅର୍ଶଦ ୱାର୍ସି ମଧ୍ୟ ରିତୁରାଜଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ।
ଟେଲିଭିଜନ ଧାରାବାହିକ ଅନୁପମାରେ ରିତୁରାଜ ସିଂଙ୍କୁ ଦେଖିବାକୁ ମିଳୁଥିଲା । ଏହି ଶୋ ପାଇଁ ସେ ଲଗାତାର ସୁଟିଂ କରୁଥିଲେ। କିନ୍ତୁ ହଠାତ୍ ଅଭିନେତା 18 ଫେବୃଆରୀ ରାତିରେ ହୃଦ୍ଘାତରେ ମୃତ୍ୟୁ ହେବା ପରେ ପୁରା ଇଣ୍ତଷ୍ଟ୍ରିକୁ ଝଟକା ଲାଗିଛି । ଅଭିନେତାଙ୍କର ହଠାତ୍ ଦେହାନ୍ତରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କର କୋ-ଷ୍ଟାରମାନେ କହିଛନ୍ତି ଯେ ରିତୁରାଜ ସିଂ ଆମ ସହିତ ଆଉ ନାହାଁନ୍ତି ବୋଲି ବିଶ୍ୱାସ କରିବା କଷ୍ଟ ।
ରିତୁରାଜ ସିଂଙ୍କ ବନ୍ଧୁ ଅମିତ ବହଲ କହିଛନ୍ତି, ଅଭିନେତା ମଧ୍ୟ ଏକ ଗୁରୁତର ରୋଗରେ ପୀଡିତ ଥିଲେ। ଅମିତ ବହଲ ETimesକୁ କହିଛନ୍ତି ଯେ ହୃଦ୍ଘାତ ହେତୁ ତାଙ୍କର ମୃତ୍ୟୁ ଘଟିଛି କିନ୍ତୁ କିଛି ଦିନ ହେଲା ସେ, ପେଟ ଜନିତ ରୋଗରେ ପିଡିତ ଥିଲେ । ସେଥିପାଇଁ ତାଙ୍କୁ ସେହି ଦିନ ଡାକ୍ତରଖାନା ମଧ୍ୟ ନିଆଯାଇଥିଲା ଯେଉଁଠୁ ଘରକୁ ଫେରିବା ପରେ ତାଙ୍କର ମୃତ୍ୟୁ ହୋଇଛି ।












Click it and Unblock the Notifications