Rishab Shetty:ଫିଲ୍ମ 'କନ୍ତାରା'ପାଇଁ ରିଷଭଙ୍କୁ ଦାଦା ସାହେବ ଫାଲେକ ସମ୍ମାନ
ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୩ରେ ମୋଷ୍ଟ ପ୍ରମିସିଙ୍ଗ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯିବ ।

ମୁମ୍ବାଇ: କନ୍ନଡ ଅଭିନେତା ଋଷଭ ଶେଟ୍ଟୀ ଗତ ବର୍ଷ ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'କନ୍ତାରା'ପାଇଁ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିଲେ । ବର୍ତ୍ତମାନ ତାଙ୍କ ସଫଳତାରେ ଆଉ ଏକ ପଦକ ଯୋଡି ହୋଇଛି । ତାଙ୍କୁ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୩ରେ ମୋଷ୍ଟ ପ୍ରମିସିଙ୍ଗ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯିବ ।
ଏକ ରିଜିଓନାଲ୍ ସିନେମାର ସଫଳତା ପରେ ସେ ଭାରସ ସମେତ ପୁରା ବିଶ୍ୱରେ ଏକ ଚର୍ଚ୍ଚିତ ଚେହେରା ହୋଇପାରିଛନ୍ତି । କେନ୍ଦ୍ରୀୟ ସେନ୍ସର ବୋର୍ଡର ସଦସ୍ୟ ତଥା ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସିଇଓ ଅଭିଷେକ ମିଶ୍ର ଏକ ଚିଠି ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି ।
ଫେବ୍ରୁଆରୀ ୨୦ରେ ମୁମ୍ବାଇରେ ଏହି ପୁରସ୍କାର ସମାରୋହ ଆୟୋଜିତଚ ହେବା ପାଇଁ ଯାଉଛି । ତାଜ ଲ୍ୟାଣ୍ତ ଆଣ୍ତ ହୋଟେନରେ ରିଷବଙ୍କୁ ପୁରସ୍କୃତ କରାଯିବ । ଏହା ପୂର୍ବରୁ ୨୦୧୯ରେ କେଜିଏଫ୍ ଚାପ୍ଟର-୧ ପାଇଁ ଅଭିନେତା ୟଶଙ୍କ ଦାଦା ସାହାବ ଫାଲକେ ଆୱାର୍ଡ ମଳିଥିଲା । ସେହିପରି ୨୦୨୦ରେ କିଚ୍ଚା ସୁଦୀପକୁ ଫିଲ୍ମ ଦବଙ୍ଗ ପାଇଁ ମୋଷ୍ଟ ପ୍ରମିସିଙ୍ଗ ଅଭିନେତା ପାଇଁ ପୁରସ୍କୃତ କରାଯାଇଥିଲା ।












Click it and Unblock the Notifications