ବିଗ୍ ବସ୍-୧୫ରେ ଏଣ୍ଟ୍ରି କରିବେ ରିୟା ଚକ୍ରବର୍ତ୍ତୀ !
ବିଗ ବସ୍ ୧୫ରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏଣ୍ଟ୍ରି କରିବେ ବୋଲି ଶୁଣିବାକୁ ମିଳୁଛି। ଯଦି ରିୟା ଏଣ୍ଟ୍ରି କରନ୍ତୁ ତେବେ ସୋ’ରେ ସୁଶାନ୍ତଙ୍କୁ ନେଇ କିଛି କହିପାରନ୍ତି।
ମୁମ୍ବାଇ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ ବିଗ୍ ବସ୍-୧୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏବେ ସିଜନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନିର୍ମାତା। ସିଜନ-୧୪ର ହୋଷ୍ଟ ସଲମାନ ଖାନ୍ ଘୋଷଣା କରିଥିଲେ ଯେ, ଆସନ୍ତା ସିଜନରେ ସେଲିବ୍ରିଟମାନଙ୍କ ସହିତ ସାଧାରଣ ଜନତା ବି ଭାଗ ନେବେ ବୋଲି। ତେବେ ବିଗ ବସ୍ ୧୫କୁ ନେଇ ପୁଣି ଆରମ୍ଭ ହୋଯାଇଛି ଚର୍ଚ୍ଚା।

ବିଗ ବସ୍ ୧୫ରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏଣ୍ଟ୍ରି କରିବେ ବୋଲି ଶୁଣିବାକୁ ମିଳୁଛି। ଯଦି ରିୟା ଏଣ୍ଟ୍ରି କରନ୍ତୁ ତେବେ ସୋ'ରେ ସୁଶାନ୍ତଙ୍କୁ ନେଇ କିଛି କହିପାରନ୍ତି। ସୂଚନା ଅନୁସାରେ, ରିୟାଙ୍କୁ ବ୍ୟତୀତ 'ତାରକା ମେହତାକି ଓଲଟା ଚଷମା'ର ଦୟାୱୋନ୍ ଅର୍ଥାତ୍ ଦିଶା ୱକାନୀ ଓ ପାର୍ଥ ସମଥାନ ଭଳି ସେଲିବ୍ରିଟମାନେ ଏଥିରେ ଭାଗ ନେଇପାରନ୍ତି।
ରିପୋର୍ଟ ଅନୁସାରେ, ଏହି ସୋ' ପାଇଁ ଅଡିସନ୍ ଫେବୃଆରୀରୁ ଆରମ୍ଭ ହୋଇ ୩୧ ମେ ୨୦୨୧ ପର୍ଯ୍ୟନ୍ତ ଚାଲିଥିଲା।ନିର୍ମାତାମାନେ ଗତଥର ଅପେକ୍ଷା ସୋ'କୁ ଅଧିକ ଭିନ୍ନ କରିବାକୁ ଚାହାଁନ୍ତି।












Click it and Unblock the Notifications