ବଲିଉଡରେ ଡେବ୍ୟୁ କରିବେ ସମନ୍ଥା ,ଭିକ୍କିଙ୍କ ସହ ଆସିପାରନ୍ତି ନଜର !
Reports have it that SAMANTHA is in contention forAditya Dhar's The Immortal Ashwatthama.
ମୁମ୍ବାଇ:ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସାଉଥ ଫିଲ୍ମ ପରେ ଏବେ ବଲିଉଡ୍ରେ ଏଣ୍ଟ୍ରି କରିବେ ସାମନ୍ଥା ।ସୂଚନା ରହିଛି ଯେ ସେ ଦିନେଶ ବିଜେନଙ୍କ ଆଗାମି ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ, ଚଳଚ୍ଚିତ୍ରରେ ଡେବ୍ୟୁ କରିବେ। ହେଲେ ଏବେ ଗୁଜବ ହେଉଛି ସେ ବିକ୍କି କୌଶଲଙ୍କ ଅଭିନୀତ 'The Immortal Ashwathama ' ପାଇଁ ମଧ୍ୟ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଧର ସମନ୍ଥା ଆଲୋଚନା କରୁଛନ୍ତି।

ସୂଚନା ଏହା ମଧ୍ୟ ରହିଛି ଯେ ଫିଲ୍ମ ସ୍କ୍ରିପ୍ଟକୁ ଉପରେ କାମ ଆରମ୍ଭ କରିସାରିଛନ୍ତି ଆଦିତ୍ୟ । ସେ ସମନ୍ଥାଙ୍କ ସହ ଫିମେଲ୍ ଲିଡ୍ ପାଇଁ କଥାବର୍ତ୍ତା ହେଉଛନ୍ତି ।ଏକ ଏଣ୍ଟରଟେନମେଣ୍ଟ ପୋର୍ଟାଲର ରିପୋର୍ଟ ଅନୁସାରେ ଫିଲ୍ମଟି ୨୦୨୩ରେ ଫ୍ଲୋରକୁ ଆସିପାରେ ।ତେବେ ଯଦି ସମନ୍ଥାଙ୍କୁ ଆଦିତ୍ୟଙ୍କର କାହଣୀ ପସନ୍ଦ ଆସେ ତେବେ ସେ ନିଶ୍ଚୟ ଏହି ଚଳଚ୍ଚିତ୍ରରେ କମା କରିବେ ।
ଅନ୍ୟପଟେ ଭିକ୍କି କୌଶଲ ଏବେ 'ସାମ ବାହାଦୂରରେ' ଶୁଟିଂରେ ବିଜି ଅଛନ୍ତି ।୬ରୁ୮ ମାସ ମଧ୍ୟରେ ସେ ଏହି ବାୟୋପିକକୁ ସାରିବା ପାଇଁ ଚେଷ୍ଟା କରୁଛନ୍ତି । ଏହାପରେ ସେ ନିଜର ଅନ୍ୟ ପ୍ରୋଜେକ୍ଟରେ କାମ ଆରମ୍ଭ କରିବେ । ସମନ୍ଥା ଆୟୁଷ ମାନଙ୍କ ପରବର୍ତ୍ତୀ ଫିଲ୍ମରେ ତାଙ୍କ ସହ ଆସିପାରନ୍ତି ନଜର । ସେ ତାପସୀ ପନ୍ନୁଙ୍କ ଫିଲ୍ମରେ ମଧ୍ୟ ଲିଡ୍ ରୋଲରେ ନଜର ଆସିବେ ।












Click it and Unblock the Notifications