ଫ୍ଲାଟରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ
Entertainment News: ମାଲାୟାଲମ୍ ଅଭିନେତ୍ରୀ ରେଞ୍ଜୁଶା ମେନନ୍ ଆତ୍ମହତ୍ୟା କରିଛନ୍ତି। ସୋମବାର ସକାଳେ ତିରୁବନନ୍ତପୁରମରେ ଥିବା ତାଙ୍କ ଫ୍ଲାଟରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ତାଙ୍କ ସ୍ୱାମୀ ଏବଂ ଅଭିନେତା ମନୋଜଙ୍କ ସହ ଏଠାରେ ରହୁଥିଲେ। ଖବର ଅନୁଯାୟୀ, ସେ ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିଲେ, ପରେ ଅଭିନେତ୍ରୀ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ।
ରେଞ୍ଜୁଶା କେରଳର କୋଚିରେ ଜନ୍ମଗ୍ରହଣ କରିଥିଲେ। ସେ ଟିଭି ସିରିଏଲରେ ଅଭିନୟ ପାଇଁ ବେଶ୍ ଜଣାଶୁଣା । ସେ ଏକ ଟିଭି ଶୋରେ ଆଙ୍କର୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ 'ସ୍ତ୍ରୀ' ଟିଭି ସିରିଏଲ୍ ଡେବ୍ୟୁ କରିଥିଲେ ।

ସୂଚନା ଅନୁସାରେ, ରେଞ୍ଜୁଶାଙ୍କ ମୃତଦେହ ତାଙ୍କ ବେଡ୍ ରୁମରେ ଝୁଲିଥିବାର ଦେଖିବାକୁ ମିଳିଥିଲା । ଏକ ଶାଢୀରେ ସେ ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି । ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହେଉଛି ଯେ, ଏହା ଏକ ଆତ୍ମହସ୍ୟା ମାମଲା । ହେଲେ ବର୍ତ୍ତମାନ ଏହାର କାରଣ ସ୍ପଷ୍ଟ ହୋଇ ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ରିପୋର୍ଟ ଆସିବା ପରେ ଅଭିନେତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିବ ।












Click it and Unblock the Notifications