ରେମୋ ଡିସୌଜାଙ୍କୁ ହାର୍ଟ ଆର୍ଟାକ
ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୌଜା ହୃଦଘାତର ଶିକାର ହୋଇଛନ୍ତି।
ମୁମ୍ୱାଇ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୌଜା ହୃଦଘାତର ଶିକାର ହୋଇଛନ୍ତି। ଆଜି ଅପରାହ୍ନରେ ତାଙ୍କୁ ହାର୍ଟ ଆଟାକ ଆସିଥିବା ସୂଚନା ମିଳିଛି । ସେ ଏବେ ମୁମ୍ୱାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଏ ନେଇ ତାଙ୍କ ସ୍ତ୍ରୀ ଲିଜେଲି ସୂଚନା ଦେଇଛନ୍ତି। ନିକଟରେ ରେମୋଙ୍କର ଆନଜିଓଗ୍ରାଫି ଅପରେସନ ହୋଇଥିଲା। କୋରିଓଗ୍ରାଫି ବ୍ୟତୀତ ରେମୋ ଅନେକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଫାଲତୁ, ଏବିସିଡି, ଏବିସିଡି2, ରେସ୍ 3, ଷ୍ଟ୍ରୀଟ୍ ଡାନ୍ସର ଭଳି ସିନେମା ତିଆରି କରିଛନ୍ତି ରେମୋ।












Click it and Unblock the Notifications