ଲଣ୍ଡନ ସିଫ୍ଟ ହୋଇଯିବେ କି ଆମ୍ବାନୀ ପରିବାର? ଜାଣନ୍ତୁ ସତ୍ୟତା କଣ?

ମୁମ୍ବାଇ : ମୁକେଶ ଆମ୍ବାନୀଙ୍କ ପରିବାର ଲଣ୍ଡନରେ କିଣିଛନ୍ତି 300 ଏକର ପରିମିତ ଅଞ୍ଚଳରେ ଥିବା ନୂଆ ସମ୍ପତ୍ତି। ଏଥିରେ 49ଟି ବେଡରୁମ ଥିବା ଏକ ଆଧୁନିକ ଘରରେ ଗତକାଲି ଦୀପାବଳି ପାଳନ କରିଥିଲେ ମୁକେଶ ଆମ୍ବାନୀ ନିଜ ପରିବାର ସହିତ। ଏଥି ସମ୍ବନ୍ଧିତ ଏକ ରିପୋର୍ଟରେ ମୁକେଶ ଲଣ୍ଡନ ଶିଫ୍ଟ ହୋଇଯିବା ନେଇ ପ୍ରକାଶ ପାଇଛି । ତେବେ ସତରେ କଣ ଲଣ୍ଡନ ସିଫ୍ଟ ହୋଇଯିବେ କି ଆମ୍ବାନୀ ପରିବାର?

Ambani house london

ଭାରତ ଛାଡ଼ିବା ଖବରକୁ ଖଣ୍ଡନ କରିଛନ୍ତି ମୁକେଶ ଅମ୍ବାନିଙ୍କ ପରିବାର । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଜାରି ଏକ ବୟାନରେ କୁହାଯ଼ାଇଛି ଯେ ମୁକେଶ ଅମ୍ବାନି କିମ୍ବା ତାଙ୍କ ପରିବାର ଲଣ୍ଡନ କିମ୍ବା ବିଶ୍ବର ଅନ୍ୟ କୌଣସି ସ୍ଥାନକୁ ଯ଼ିବାର କୌଣସି ଯୋଜନା ନାହିଁ । ଲଣ୍ଡନରେ କିଣାଯାଇଥିବା କୋଠାକୁ ଏକ ଗଲ୍ଫ ଓ ସ୍ପୋର୍ଟିଂ ରିଜର୍ଟଭାବେ ବ୍ୟବହାର କରାଯିବ । ମୁକେଶ ଲଣ୍ଡନର ବକିଂହାମସାୟାରର ଷ୍ଟୋକ ପାର୍କରେ ଥିବା ଏକ ବଙ୍ଗଳାକୁ କିଣିଛନ୍ତି । ପ୍ରାୟ ୩୦୦ ଏକର ପରିମିତ ଅଞ୍ଚଳରେ ଥିବା ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୫୯୨ କୋଟି ଟଙ୍କା ହେବ । ଏହି ବଙ୍ଗଳା ଭିତରେ ୪୯ଟି ବେଡରୁମ, ଗୋଟିଏ ଛୋଟକାଟିଆ ହସପିଟାଲ ରହିଛି । ବଙ୍ଗଳା ବାହାରେ ରହିଛି ପାର୍କ, ଗଲ୍ପ ପଡ଼ିଆ, ଏକ ଛୋଟ ଜଳାଶୟ ।

ଆସନ୍ତା ବର୍ଷ ଏପ୍ରିଲରେ ସେମାନେ ଲଣ୍ଡନ ଯ଼ିବାର ଯ଼ୋଜନା କରିଛନ୍ତି ବୋଲି ଏହି ରିପୋର୍ଟରେ କୁହାଯ଼ାଇଥିଲା । ଏହି ରିପୋର୍ଟ କୁ ନେଇ ଚର୍ଚା ହେବ ପରେ ରିଲାଏନ୍ସ ପକ୍ଷରୁ ଏହାକୁ ଖଣ୍ଡନ କରଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+