For Quick Alerts
Turn On Notification  
For Daily Alerts
Oneindia App Download

ରାଣୀ ସାଜିଲେ ଐଶ୍ୱର୍ଯ୍ୟା, 'ପୋନ୍ନିୟିନ ସେଲବନ' ପୋଷ୍ଟର ରିଲିଜ

release of 'Ponynin Selvan' posterସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ମଣିରତ୍ନମଙ୍କ ତମିଲ୍‌ ଫିଲ୍ମ 'Ponniyin Selvan'କୁ ଦର୍ଶକ ଅନେକ ଦିନ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ଯେଉଁଥିରେ ଦୀର୍ଘ ଦିନପରେ ପୁଣି ଦେଖିବା ପାଇଁ ମିଳିବ ଐଶ୍ୱର୍ଯ୍ୟାଙ୍କୁ

|

ମୁମ୍ବାଇ:ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଗାମୀ ସାଉଥି ଚଳଚ୍ଚିତ୍ର 'ପୋନ୍ନିୟିନ ସେଲବନ'ଏକ ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ଖୁବ ସୁନ୍ଦର ଆକର୍ଷଣୀୟ ରହିଛି ଐଶ୍ୱର୍ଯ୍ୟା ଲୁକ୍ । ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ମଣିରତ୍ନମଙ୍କ ତମିଲ୍‌ ଫିଲ୍ମ 'Ponniyin Selvan'କୁ ଦର୍ଶକ ଅନେକ ଦିନ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ଯେଉଁଥିରେ ଦୀର୍ଘ ଦିନପରେ ପୁଣି ଦେଖିବା ପାଇଁ ମିଳିବ ଐଶ୍ୱର୍ଯ୍ୟାଙ୍କୁ । ଯେଉଁଥିରେ ସେ ମହାରାଣୀ ନନ୍ଦିନୀଙ୍କ ଭୂମିକାରେ ନଜର ଆସିବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ତେବେ ଏହି ଫିଲ୍ମର କାହାଣୀ ଦଶମ ଶତାଦ୍ଦିର ଏକ ପିରିୟଡ ଡ୍ରାମା ଉପରେ ଆଧାରି ।

ନିକଟରେ ଚଳଚ୍ଚିତ୍ରର ନିର୍ମାତା ଫିଲ୍ମର ଏକ ପୋଷ୍ଟର ରିଲିଜ କରିଥିଲେ । ଯେଉଁଥିରେ ଐଶ୍ୱର୍ଯ୍ୟା ଜଣେ ରାଣୀଙ୍କ ପରି ସଜେଇ ହୋଇଛନ୍ତି ।ଏଲୱାଇସି ପ୍ରଡକ୍ସନ ତରଫରୁ ଏହି ପୋଷ୍ଟରକୁ ଟ୍ୱିଟରରେ ସେୟାର କରାଯାଇଥିଲା ।ତେବେ ସବୁଠୁ ଖାସ ଥିଲା ପୋଷ୍ଟର ତଳେ ଲେଖାଯାଇଥିବା କ୍ୟାପସନ୍ ..ଯେଉଁଥିରେ ଲେଖାଯାଇଛି 'ପ୍ରତିଶୋଧର ଏକ ସୁନ୍ଦର ଚେହେରା '।ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କର ଏହି ଲୁକକୁ ସବୁଠି ପ୍ରଶଂସା କରାଯାଉଛି ।ତା ସହ ସୋସିଆଲ ମିଡିଆରେ ମଧ୍ୟ
ଖୁବ ଭାଇରାଲ ହେବାରେ ଲାଗିଛି ଏହି ପୋଷ୍ଟର ।

Aishwarya Rai Bachchan

ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ 'Ponniyin Selvan 1'ରିଲିଜ ପୂର୍ବରୁ ହଁ ଚର୍ଚ୍ଚାରେ ରହିଛି ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ସମେତ ବିକ୍ରମ, ଜୟମ ରବି, ତ୍ରିଶା, ସରଥ କୁମାର, ରହମନ ପ୍ରମୁଖ କଳାକାର ନଜର ଆସିବେ । ତେବେ ଫିଲ୍ମର ପ୍ରଥମ ଭାଗ ସେପ୍ଟେମ୍ବର ୩୦ରେ ହିନ୍ଦୀ ,କନ୍ନଡ଼,ଓ ମଲାୟଲମ୍ ଭାଷାରେ ରିଲିଜ ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
release of 'Ponynin Selvan' poster
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X