କଙ୍ଗନାଙ୍କ ‘ଏମର୍ଜେନ୍ସି’ ଫିଲ୍ମ ରିଲିଜ୍ ସ୍ଥଗିତ

ନୂଆଦିଲ୍ଲୀ: ବିବାଦ ଘେରରେ ରହିଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ 'ଏମର୍ଜେନ୍ସି' ଫିଲ୍ମକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସେପ୍ଟେମ୍ବର ୬ରେ ଫିଲ୍ମ ରିଲିଜ୍ ହେବାକୁ ଥିବାବେଳେ ଏବେ ତାହାକୁ ସ୍ଥଗିତ ରଖାଯାଇଛି । ଶିଖ୍ ସମୂଦାୟ ଏହି ଫିଲ୍ମକୁ ନେଇ ବିରୋଧ କରିଥିଲେ ଓ ଏହାର ରିଲିଜକୁ ନେଇ ଧମକ ମଧ୍ୟ ଦେଇଥିଲେ। ଏଣୁ ରିଲିଜ ପୂର୍ବରୁ ଫିଲ୍ମ ବିବାଦରେ ଘେରିଯାଇଥିବା ବେଳେ ବିବାଦ ଏବେ ହାଇକୋର୍ଟକୁ ପହଞ୍ଚି ଯାଇଛି। ଏଣୁ କଙ୍ଗନାଙ୍କ ଏହି ଫିଲ୍ମ ଧାର୍ଯ୍ୟ ତାରିଖରେ ରିଲିଜ ଟଳିଥିବା ବିଶ୍ୱସ୍ଥ ସୂତ୍ରରୁ ଏବିପି ନ୍ୟୁଜ ଦାବି କରିଛି। ତେବେ ମାମଲାରେ ଏପର୍ଯ୍ୟନ୍ତ ମେକର୍ସ ଚୁପ ଅଛନ୍ତି।

ସେପ୍ଟେମ୍ବର ୨ରେ ମଧ୍ୟପ୍ରଦେଶ ହାଇକୋର୍ଟ ଏହି ଚଳଚ୍ଚିତ୍ର ସମ୍ପର୍କରେ ଶିଖ ସଂଗଠନର ଆବେଦନ ଉପରେ ଶୁଣାଣି କରିବେ। ଶିଖ ସଂଗଠନର ଆବେଦନରେ କଙ୍ଗନା ରାଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଏମାରଜେନ୍ସି'ର ରିଲିଜକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଏହି ନିର୍ଦ୍ଦେଶ ପୂର୍ବରୁ ହିମାଞ୍ଚଳ ପ୍ରଦେଶର ମଣ୍ଡିର ସାଂସଦ କଙ୍ଗନାଙ୍କ ଫିଲ୍ମ ସେପ୍ଟେମ୍ବର୬ ରେ ରିଲିଜ ହେବାର ଥିଲା। ଏହି ଚଳଚ୍ଚିତ୍ରରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି।

Kangana Ranaut

ଅଭିଯୋଗକାରୀଙ୍କ ଓକିଲ ବରିଷ୍ଠ ଅଧିବକ୍ତା ଏନ.ଏସ ରୁପରାହ ରବିବାର ସୂଚନା ଦେଇ କହିଛନ୍ତି, 'ଜବଲପୁର ଶିଖ ସଙ୍ଗତ ଫିଲ୍ମ ବିରୋଧରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।' କଙ୍ଗନା କହିଛନ୍ତି, 'ଆମର ଚଳଚ୍ଚିତ୍ର ସ୍ପଷ୍ଟ ହୋଇଯାଇଛି, କିନ୍ତୁ ଏହାର ପ୍ରମାଣପତ୍ରକୁ ଅଟକାଇ ଦିଆଯାଇଛି। କାରଣ, ଅନେକ ଧମକ ଆସୁଛି। ଏମିତି କି ସେନ୍ସର ବୋର୍ଡକୁ ବି ଲୋକମାନେ ଧମକ ଦେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+