Get Updates
Get notified of breaking news, exclusive insights, and must-see stories!

Golmaal 5: ଜାଣନ୍ତୁ କେବେ ରିଲିଜ୍ ହେବା 'ଗୋଲମାଲ୍ ୫'

Rohit Shetty Confirm Golmaal 5: ବଲିଉଡର ସବୁଠାରୁ ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଆଜିକାଲି ନିଜ ୱେବ୍ ସିରିଜ୍ 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ' ରିଲିଜକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ୱେବ୍ ସିରିଜରେ ସିଦ୍ଧାର୍ଥ ମଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇଙ୍କୁ ଦମଦାର ଭୂମିକାରେ ଦେଖିବା ପାଇଁ ମିଳିବ । ସେହିପରି ଅଜୟ ଦେବଗନଙ୍କ ଅଭିନୀତ 'Singham Again' ସୁଟିଂରେ ମଧ୍ୟ ବିଜି ଅଛନ୍ତି ରୋହିତ ଶେଟ୍ଟୀ । ବର୍ତ୍ତମାନ ରୋହିତଙ୍କ କମେଡି ଫିଲ୍ମ ଗୋଲମାଲ ଫ୍ରାଞ୍ଚାଇଜର ପରବର୍ତ୍ତୀ ସିନେମାକୁ ନେଇ ବଡ଼ ଅପଡେଟ୍ ଆସୁଛି ।

golmaal 5

ବାସ୍ତବରେ, ପିଙ୍କଭିଲ୍ଲା ସହ ଆଲୋଚନା ବେଳେ ରୋହିତ ସ୍ପଷ୍ଟ ଭାବରେ କହିଛନ୍ତି ଯେ 'ଗୋଲମାଲ ୫' ନିଶ୍ଚିତ ଭାବରେ ନିର୍ମାଣ କରାଯିବ ଏବଂ ଏହା ଖୁବ୍ ଶୀଘ୍ର ହେବା ପାଇଁ ଯାଉଛି । ସେ ଏହା ମଧ୍ୟ କହିଛନ୍ତି ଆଗାମୀ ୨ ବର୍ଷ ମଧ୍ୟରେ ଏହି ସିନେମା ଅର୍ଥାତ୍ ଗୋଲମାଲର ପାର୍ଟ ୫ ରିଲିଜ୍ ହୋଇପାରେ । ରୋହିତ କହିଛନ୍ତି ଯେ, ସିନେମାର ସାମ୍ପ୍ରତିକ ପରିବର୍ତ୍ତନକୁ ବିଚାରକୁ ନେଇ ଗୋଲମାଲ୍ ଫ୍ରାଞ୍ଚାଇଜର ପରବର୍ତ୍ତୀ ଚଳଚ୍ଚିତ୍ର ଅନ୍ୟ ଚଳଚ୍ଚିତ୍ର ଅପେକ୍ଷା ଅଧିକ ଭଲ ହେବା ପାଇଁ ଯାଉଛି ।

ରୋହିତ ଆହୁରି କହିଛନ୍ତି, "ମୁଁ ଭାବୁଛି, ଆଜିର ସମୟରେ ସିନେମା ଅଲ ଦ ବେଷ୍ଟ ଏବଂ ଗୋଲମାଲ ଭଳି ଚଳଚ୍ଚିତ୍ର ଅପେକ୍ଷା ବଡ଼ ଗ୍ରାଣ୍ତ ହେବା ଉଚିତ୍ । ଗୋଲମାଲର ବହୁତ ପ୍ରଶଂସକ ଅଛନ୍ତି ଏବଂ ମୁଁ ପ୍ରଶଂସକଙ୍କ ପାଇଁ ଏକ ବ୍ରାଣ୍ଡ ତିଆରି କରୁଛି । ପରବର୍ତ୍ତୀ ଗୋଲମାଲ୍ ଚଳଚ୍ଚିତ୍ରଟି ବଡ଼ ଏବଂ ଉନ୍ନତମାନର ହେହା ଉଚିତ, ଯଦିଓ ଏହା ଏକ କମେଡି ଫ୍ରାଞ୍ଚାଇଜ୍ । ସେ ଆହୁରି କହିଛନ୍ତି, ଏପରିକି ଚେନ୍ନାଇ ଏକ୍ସପ୍ରେସ 'ଭଳି ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ମଧ୍ୟ ମୁଁ ଚିନ୍ତା କରୁଛି । ଯଦି ଭଲ କାହାଣୀ ମିଳେ ତେବେ ମୁଁ ଏକ ନୂଆ ସିନେମ ନିର୍ମାଣ କରିବି ।

ପ୍ରଶଂସକମାନେ ରୋହିତଙ୍କ ଆଗାମୀ ସିରିଜ୍ 'ଇଣ୍ତିଆନ୍ ପୋଲିସ୍ ଫୋର୍ସ'କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ସିରିଜ୍ ଜାନୁଆରୀ 19 ରେ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ୱେବ୍ ସିରିଜ୍ ମାଧ୍ୟମରେ ରୋହିତ ଶେଟ୍ଟୀ OTT ରେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବେ । ସିଦ୍ଧାର୍ଥ ମଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+