ମିଳିଲା ନାହିଁ କାମ, ଶେଷରେ ଆତ୍ମହତ୍ୟା କଲେ ଅଭିନେତା

Nitin Chauhan Death: ନଭେମ୍ବର 7 ତାରିଖ ଗୁରୁବାର ଦିନ 'Splitsvilla 5'ଫେମ୍ 35 ବର୍ଷିୟ ଅଭିନେତା ନିତିନ୍ ଚୌହାନଙ୍କ ଦେହାନ୍ତ ହୋଇଛି । ଅଭିନେତାଙ୍କର ମୃତ୍ୟୁ ଖବର ପୁରା ଇଣ୍ତଷ୍ଟ୍ରିକୁ ଚକିତ କରିଛି । ଅଭିନେତାଙ୍କ ଜଣେ ବନ୍ଧୁ କହିଛନ୍ତି ଯେ, ନିତିନ୍ ଚୌହାନ ଆତ୍ମହତ୍ୟା କରିଛନ୍ତି। ଯାହା ପରେ ମୁମ୍ବାଇ ପୋଲିସ ମଧ୍ୟ ସ୍ପଷ୍ଟ କରିଛି ଯେ ଅଭିନେତା ନିତିନ୍ ଚୌହାନ ଆତ୍ମହତ୍ୟାକୁ କରିଛନ୍ତି ।

ଶେଷରେ ନିତିନ ଚୌହାନଙ୍କ ପତ୍ନୀ ଏହି ଘଟଣା ପଛର ସତ୍ୟତା ବିଷୟରେ କହିଛନ୍ତି ଏବଂ ଅଭିନେତାଙ୍କ ଆତ୍ମହତ୍ୟା କରିବା ପଛର କାରଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ନିତିନ ଚୌହାନ ଡିପ୍ରେସନ ଶିକାର ହୋଇଥିଲେ ଯେଉଁଥି ପାଇଁ ତାଙ୍କର ଚିକିତ୍ସା ଜାରି ଥିଲା ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ଆହୁରି ମଧ୍ୟ କହିଛି ଯେ ସ୍ୱର୍ଗତ ଅଭିନେତାଙ୍କ ପତ୍ନୀ ତାଙ୍କ ବିବୃତ୍ତିରେ ପ୍ରକାଶ କରିଛନ୍ତି ଯେ ଗତ ତିନିରୁ ଚାରି ବର୍ଷ ମଧ୍ୟରେ ନିତିନଙ୍କୁ କୌଣସି କାମ ମିଳୁ ନଥିଲା ଯେଉଁଥି ପାଇଁ ସେ ଚିନ୍ତାରେ ରହୁଥିଲେ।

Nitin Chauhan

କାମ ନ ମଳିବାରୁ ଶେଷରେ ଅଭିନେତା ଆଇସ୍କ୍ରିମ୍ ବ୍ୟବସାୟ ଆରମ୍ଭ କରିଥିଲେ । ହେଲେ ତାଙ୍କର ଏହି କାମ କିଛି ଖାସ୍ ଚାଲି ନଥିଲା ଯେଉଁଥି ପାଇଁ ଘରେ ଝଗଡା ଆରମ୍ଭ ହୋଇଯାଇଥିଲା । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୃତ୍ୟୁ ଦିନ ନିତିନଙ୍କ ପତ୍ନୀ ଓ ତାଙ୍କ ଝିଅ ବଗିଚାରେ ଥିଲେ । ସେ ଫେରି ଘଣ୍ଟି ବଜାଇଥିଲେ ହେଲେ ଭିତରକୁ କେହି ଉତ୍ତର ଦେଇ ନଥିଲେ । ଶେଷରେ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ନିତିନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ନିତିନ ଶୋ ଦାଦାଗିରି ୨ ଜିତିଥିଲେ ଏବଂ ଏହି ସୋ ହେତୁ ସେ ଖ୍ୟାତି ଅର୍ଜନ କରିଥିଲେ | ପରେ, ନିତିନ MTV ସ୍ପ୍ଲିଟ୍ସଭିଲା ଏବଂ କ୍ରାଇମ ପାଟ୍ରୋଲ, ଫ୍ରେଣ୍ଡସ୍ ସହିତ ଅନେକ ଶୋ'ରେ ଅଭିନୟ କରିଥିଲେ । ନିତିନଙ୍କୁ ଶେଷ ଥର ପାଇଁ 2022 ମସିହାରେ SAB ଟିଭିର ସୋ ତେରା ୟାର ହୁଁ ମେ ରେ ଦେଖିବାକୁ ମିଳିଥିଲା ​ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+