Get Updates
Get notified of breaking news, exclusive insights, and must-see stories!

ରଶ୍ମିକା ମନ୍ଦାନାଙ୍କୁ କିସ୍ କରି ଫସିଲେ ରଣବୀର କପୁର, ଜାଣନ୍ତୁ କ'ଣ କହିଲେ ଆଲିଆ...

Rashmika Ranbir Kissing scene: ନିକଟରେ ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଆଗାମୀ ଚଳଚ୍ଚିତ୍ର 'ଆନିମଲ'ର ପ୍ରଥମ ଗୀତ ରିଲିଜ ହୋଇଯାଇଛି । ରିଲିଜ୍ ହେବା ଦିନଠାରୁ ହିଁ ଚର୍ଚ୍ଚାରେ ଅଛି ଏହି ଗୀତ । କାରଣ ହେଉଛି ରଣବୀର-ରଶ୍ମିକାଙ୍କର କେମେଷ୍ଟ୍ରି ଏବଂ ଗୀତରେ ଥିବା କିସିଙ୍ଗ୍ ସିନ୍ ଏପରିକି ଗୀତର ଅନେକ ଅନ୍ତରଙ୍ଗ ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳୁଛି ।

ଆଜ୍ଞା ହଁ, ଗୀତରେ ରଣବୀର ଏବଂ ରଶ୍ମିକାଙ୍କ ଚୁମ୍ବନ ଠାରୁ ଆରମ୍ଭ କରି ଅନେକ ଅନ୍ତରଙ୍ଗ ଦୃଶ୍ୟ ଦେଖିବା ପାଇଁ ମିଳୁଛି । ଯାହା ଦେଖିବା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ଗୀତ ଦେଖିବା ପରେ ଲୋକେ ରଣବୀର କପୁରଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ସୋସିଆଲ ମିଡିଆରେ ରଣବୀରଙ୍କ ସମେତ ଆଲିଆଙ୍କୁ ମଧ୍ୟ ଟ୍ରୋଲର ଶିକାର ହେବା ପାଇଁ ପଡିଛି । ଯାହା ପରେ ବର୍ତ୍ତମାନ ଆଲିଆଙ୍କର ରିଆକ୍ସନ ପ୍ରକାଶ ପାଇଛି ।

alia bhat

'ଆନିମଲ୍'ର ଗୀତରେ ରଣବୀର ଏବଂ ରଶ୍ମିକାଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚୁମ୍ବନ ଏବଂ ଅନ୍ୟାନ୍ୟ ଅନ୍ତରଙ୍ଗ ଦୃଶ୍ୟ ଲୋକଙ୍କ ଆଶାଠାରୁ ଅଧିକ ଥିଲା । ଏପରି ପରିସ୍ଥିତିରେ ପ୍ରଶଂସକଙ୍କ ଆଲିଆଙ୍କୁ ପ୍ରଶ୍ନ କରିଛନ୍ତି । ବିବାହ ପରେ ଏହିପରି ଦୃଶ୍ୟ କରିବା ଠିକ୍ କି? ଏବଂ ଯଦି ଏହା ରିୟଲ ଲାଇଫରେ ହୋଇଥାନ୍ତା ତେବେ ଆଲିଆଙ୍କର ପ୍ରତିକ୍ରିୟା କ'ଣ ହୋଇଥାନ୍ତା । ଯାହା ପରେ ଆଲିଆ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ରଣବୀରଙ୍କୁ ସପୋର୍ଟ କରିଛନ୍ତି ।

ଆଲିଆ ଭଟ୍ଟ ନିଜ ଫିଲ୍ମ ସହ ରଣବୀର କପୁରଙ୍କ ଫିଲ୍ମକୁ ମଧ୍ୟ ପ୍ରମୋଟ୍ କରିବା ପାଇଁ ପଛାଆନ୍ତି ନାହିଁ । ସେ ରଣବୀରଙ୍କ ଫିଲ୍ମକୁ ପ୍ରମୋଟ୍ କରିଥାନ୍ତି । ନିକଟରେ, ଆନିମଲ୍ ଗୀତ ରିଲିଜ୍ ହେବା ମାତ୍ରେ ଆଲିଆ ତାଙ୍କ ଇନଷ୍ଟା କାହାଣୀରେ ଏକ ପୋଷ୍ଟ ସେୟାର କରିଥିଲେ, ଯାହା ଗୀତର କଭର ଫଟୋ ଥିଲା । ଯେଉଁଥିରେ ରଣବୀର-ରଶ୍ମିକାଙ୍କ ଚୁମ୍ବନର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ତେବେ ଆଲିଆଙ୍କୁ ଏହି ଗୀତ, ଏହି ଫଟୋ ଖୁବ ପସନ୍ଦ ଆଲିଥିଲା ।

ଆଲିଆଙ୍କ ଏହି କ୍ୟାପସନରେ ସ୍ପଷ୍ଟ କରିଛି ଯେ,ତାଙ୍କ ସ୍ୱାମୀଙ୍କ ଚୁମ୍ବନ ଦୃଶ୍ୟରେ ତାଙ୍କର କୌଣସି ଆପତ୍ତି ନାହିଁ। ଯଦି କୌଣସି ଆପତ୍ତି ଥାଆନ୍ତା ତେବେ ସେ ଏହି ଗୀତକୁ ପ୍ରମୋଟ୍ ଗା କାହିଁ କରିଥାନ୍ତେ । ଏପରି ସ୍ଥିତିରେ ପ୍ରଶଂସକମାନେ ସେମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ପାଇଯାଇଛନ୍ତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଫିଲ୍ମ ଆନିମଲରେ ପ୍ରଥମ ଥର ରଣବୀର-ରଶ୍ମିକାଙ୍କୁ ଏକାଠି ଦେଖିବା ପାଇଁ ମିଳିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+