ଲିଭ୍-ଇନରେ ବେଶ୍ ଖୁସ୍ ଅଛନ୍ତି ରଶ୍ମିକା-ବିଜୟ! ଜାଣନ୍ତୁ କେବେ କରିବେ ବିବାହ
Rashmika Mandanna-Vijay Deverakonda Love Story: ସାଉଥ୍ ଇଣ୍ଡଷ୍ଟ୍ରିର ଫେମସ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡାଙ୍କ ପ୍ରେମ ସମ୍ପର୍କକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଲାଗି ରହିଛି । ହେଲେ ଏପର୍ଯ୍ୟନ୍ତ ଏହି ଷ୍ଟାର ନିଜ ସମ୍ପର୍କକୁ ନେଇ କୌଣସି ସୂଚନା ଦେଇ ନାହାନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦମ୍ପତି ଏକାଠି ଭ୍ୟାକେସନ ଏଞ୍ଜୟ କରିବା ପାଇଁ ଯାଇଥିଲେ । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା ।
ରିପୋର୍ଟ ଅନୁସାରେ, ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡା ଚଳିତ ବର୍ଷ ଫେବୃଆରୀରେ ନିର୍ବନ୍ଧ କରି ପାରନ୍ତି । ହେଲେ ତାଙ୍କ ନିକଟ ସମ୍ପର୍କୀୟ ଏହି ଖବରକୁ କେବଳ ଏକ ଗୁଜବ ବୋଲି କହିଛନ୍ତି । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ନିକଟତର ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି ଯେ ଦୁହେଁ ଏବେ ଲିଭ୍-ଇନରେ ରହୁଛନ୍ତି ଏବଂ ଉଭୟ ଏକାଠି ଖୁବ୍ ଖୁସିରେ ଅଛନ୍ତି ।

ତେବେ ଖବର ଏହା ମଧ୍ୟ ରହିଛି ଯେ, ଫେବୃଆରୀରେ ଏହି ଦୁଇ ସେଲିବ୍ରିଟି କପଲଙ୍କର ନିର୍ବନ୍ଧ ହେବ ନାହିଁ । କାରଣ ବର୍ତ୍ତମାନ ଉଭୟ ଅନେକ ପ୍ରୋଜେକ୍ଟରେ ବିଜି ଅଛନ୍ତି । ବର୍ତ୍ତମାନ ଏହି ଦମ୍ପତି ନିଜ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ସେମାନଙ୍କର ବିବାହ କରିବାର ବର୍ତ୍ତମାନ କୌଣସି ଯୋଜନା ନାହିଁ ।
ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ରଶ୍ମିକା ଏବଂ ବିଜୟ ଦେବରାକୋଣ୍ଡା ନିଜର ସମ୍ପର୍କ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।ମିଡିଆରେ ପ୍ରକାଶ ପାଉଥିବା ରିପୋର୍ଟରେ କୌଣସି ସତ୍ୟତା ନାହିଁ ଏହା କେବଳ ଗୁଜବ ବୋଲି ଦାବି କରାଯାଉଛି । ତେବେ ଏହା ମଧ୍ୟ କୁହାଯାଉଛି ଯେ, ବିବାହ କରିବା ପୂର୍ବରୁ ଏହି କପଲ ଏକାଠି ସମୟ ବିତାଇବା ପାଇଁ ଚାହୁଁଛନ୍ତି । ଆଗାମୀ ଦିନରେ ରଶ୍ମିକାଙ୍କୁ ପୁଷ୍ପା ପାର୍ଟ 3ରେ ଦେଖିବା ପାଇଁ ମିଳିବ । ସେହିପରି ବିଜୟ ଦେବରାକୋଣ୍ଡା ଫ୍ୟାମିଲି ଷ୍ଟାର ଏବଂ ଭିଡି 12 ରେ ନଜର ଆସିବେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications