ନିର୍ବନ୍ଧ କଲେ ବିଜୟ-ରଶ୍ମିକା! ଜାଣନ୍ତୁ କାହା ପାଖେ କେତେ ଟଙ୍କା?

ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତଃ ଘଟିଲା। ଶେଷରେ ଏକ ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର୍‌ ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ସେମାନେ ସେମାନଙ୍କ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ଏକ ବ୍ୟକ୍ତିଗତ ଉତ୍ସବରେ ନିର୍ବନ୍ଧ କରିଥିବା ଜଣାପଡ଼ିଛି।ରିପୋର୍ଟ ଅନୁଯାୟୀ, ସେମାନଙ୍କ ବିବାହ ୨୦୨୬ ମସିହା ‌ଫେବ୍ରୁଆରିରେ ହେବାକୁ ସ୍ଥିର ହୋଇଛି। ଏମ୍‌୯ର ରିପେ‌ାଟ ଅନୁସାରେ ଏହି ଦମ୍ପତି ସେମାନଙ୍କ ବିବାହ ଘୋଷଣା କରିନାହାନ୍ତି।

କେବଳ ସେତିକି ନୁହେଁ; ‌ସେମାନେ ନିଜର ନିର୍ବନ୍ଧକୁ ବି ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାନ୍ତି। ରଶ୍ମିକା ଏବଂ ବିଜୟ ୨୦୧୮ର ହିଟ ଫିଲ୍ମ ଗୀତା ଗୋବିନ୍ଦମ ଏବଂ ୨୦୧୯ର ଡିୟର କମ୍ରେଡ ଫିଲ୍ମରେ ଏକାଠି ଅଭିନୟ କରିବା ପରଠାରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଛି । ବିଜୟ ଏବଂ ରଶ୍ମିକା ପ୍ରାୟତଃ ଦୁହେଁ ଏକାଠି ସମୟ ବିତାନ୍ତି । ଅଗଷ୍ଟ ମାସରେ ସେମାନେ ନ୍ୟୁୟର୍କରେ ୪୩ ତମ ଇଣ୍ଡିଆ ଡେ ପରେଡରେ ନେତୃତ୍ୱ ନେଇଥିଲେ ।

Rashmika Mandanna-Vijay Deverakonda

ସେମାନେ ଇଣ୍ଡିଆ ବିୟଣ୍ଡ ବର୍ଡର୍ସ ନାମକ ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ । ଯଦି ଦେଖିବା ଉଭୟଙ୍କ ବୟସ ତେବେ ୭ ବର୍ଷ ଅନ୍ତର । ରଶ୍ମିକାଙ୍କ ବୟ, ୨୯ ବର୍ଷ ହୋଇଥିବା ବେଳେ ବିଜୟଙ୍କ ବୟସ ୩୬ ବର୍ଷ । ରଶ୍ମିକାଙ୍କ ମୋଟ ସମ୍ପତ୍ତି ୧୦୦ କୋଟି ହେବ ବୋଲି ଆଶଙ୍କା କରାଯାଉଛି । ତାଙ୍କର ମୁମ୍ବାଇ, ହାଇଦ୍ରାବାଦ, ଗୋଆ ଏବଂ କୁର୍ଗରେ ଘର ଅଛି। ତାଙ୍କର ମର୍ସିଡିଜ୍-ବେଞ୍ଜ ଏବଂ ଅଡି Q3 ପରି ବିଳାସପୂର୍ଣ୍ଣ କାର ଅଛି।ବିଜୟଙ୍କ ସମ୍ପତ୍ତି ପ୍ରାୟ 150 କୋଟି ବୋଲି କୁହାଯାଉଛି। ତାଙ୍କର ହାଇଦ୍ରାବାଦରେ ଏକ ସୁନ୍ଦର ବଙ୍ଗଳା ଅଛି ଏବଂ ତାଙ୍କର ଏକ BMW ଏବଂ ଏକ Volvo XC90 ପରି ବିଳାସପୂର୍ଣ୍ଣ କାର ମଧ୍ୟ ଅଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+