ରଶ୍ମିକା ମନ୍ଦନା ଡିପଫେକ ଭିଡିଓ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ
Rashmika mandanna deepfake video case: ସାଉଥ୍ ଚଳଚ୍ଚିତ୍ରରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟ ପାଇଁ ଲାଇମଲାଇଟରେ ରହୁଥିବା ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଡିଫପେକ୍ ଭିଡିଓ କ୍ରିଏଟ୍ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଖବର ମୁତାବକ ପୋଲିସର ସ୍ପେଶାଲ୍ ସେଲ୍ ଏହି ମାମଲାର ମୁଖ୍ୟ ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରିଛି । 2023 ନଭେମ୍ବର ମାସରେ ଅଭିନେତାଙ୍କ ଡିପଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯାହା ପେରେ ସିନେ ଜଗତରେ ଚହଳ ସୃଷ୍ଟି ହୋଇଥିଲା ।
ଏହି ମାମଲାରେ ଦିଲ୍ଲୀ ପୋଲିସ 10 ନଭେମ୍ବର 2023ରେ ଏକ ଏଫଆଇଆର ରୁଜୁ ହୋଇଥିଲା । ସେବେଠାରୁ ଅଭିଯୁକ୍ତକୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ଗିରଫ ଅଭିଯୁକ୍ତ ପୂର୍ବରୁ ମଧ୍ୟ ଅନେକ ପ୍ରକାରର ସାଇବର ଅପରାଧରେ ଜଡିତ ଥିଲା । ଏହି ବ୍ୟକ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ଫେକ୍ ଭିଡିଓ ପ୍ରସ୍ତୁତ କରି ଏହାକୁ ଭାଇରାଲ କରିଥିଲେ।

ଏହାପୂର୍ବରୁ ଏହି ଘଟଣାରେ ଦିଲ୍ଲୀ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଖବର ଆସିଥିଲା। ଏହି ବ୍ୟକ୍ତିମାନେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରିଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ନ୍ୟୁଜ୍ ଏଜେନ୍ସି ANIର ରିପୋର୍ଟ ଅନୁଯାୟୀ, ଦୁଇ ମାସର ଅନୁସନ୍ଧାନ ପରେ ଏବଂ ଡିଜିଟାଲ୍ ସାହାଯ୍ୟରେ ପୋଲିସ ମୁଖ୍ୟ ଅଭିଯୁକ୍ତ ନିକଟରେ ପହଞ୍ଚିପାରିଛି।
ସୂଚନା ଅନୁଯାୟୀ, 6 ନଭେମ୍ବର 2023ରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯାହା ପ୍ରକୃତରେ ବ୍ରିଟିଶ-ଭାରତୀୟ ସୋସିଆଲ ଇନଫ୍ଲୁଏନ୍ସର ଜାରା ପଟେଲଙ୍କର ଥିଲା । ତାଙ୍କ ଭିଡିଓରେ ରଶ୍ମିକାଙ୍କ ଚେହେରାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହାୟତାରେ ଏଡିଟ୍ କରାଯାଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଅମିତାଭ ବଚ୍ଚନ ମଧ୍ୟ ଏହାର ନିନ୍ଦା କରିଥିଲେ ।
କେବଳ ରଶ୍ମିକାଙ୍କ ଡିପଫେକ୍ ନୁହେଁ ବରଂ କ୍ୟାଟ୍ରିନା କୈଫ, ଆଲିଆ ଭଟ୍ଟଙ୍କ ସମେତ ଅନେକ ବଲିଉଡ କଳାକାର ଏହାର ଶିକାର ହୋଇଥିଲେ। ଦିଲ୍ଲୀ ପୋଲିସ ଏହି ମାମଲାକୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଶେଷରେ ରଶ୍ମିକାଙ୍କ ଭିଡିଓ କ୍ରିଏଟ୍ କରିଥିବା କ୍ରିଏଟରକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି ।












Click it and Unblock the Notifications