Get Updates
Get notified of breaking news, exclusive insights, and must-see stories!

ରାପର୍‌ ହନି ସିଂଙ୍କୁ ହତ୍ୟା ଧମକ, କାନାଡାରୁ ଭଏସ ମେସେଜ ପଠାଇ ମାରି ଦେବ କହିଲା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର

ନୂଆଦିଲ୍ଲୀ: ରାପର୍‌ ତଥା ଗାୟକ ହନି ସିଂଙ୍କୁ ହତ୍ୟା ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର । କାନାଡାରୁ ଗୋଲ୍ଡି ବରାର ଏକ ଭଏସ ମେସେଜ ପଠାଇ ହନି ସିଂଙ୍କୁ ଧମକ ଦେଇଛି । ଏନେଇ ହନି ସିଂ ଏବେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ସେହି ଭଏସ ନୋଟକୁ ଯାଞ୍ଚ କରୁଛି ।

ତାଙ୍କ କହିବାନୁଯାୟୀ ୧୯ ଜୁନ୍‌ରେ ତାଙ୍କ ମ୍ୟାନେଜର୍‌ ଛାବ୍ରାଙ୍କୁ କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟାର୍‌ ଗୋଲ୍ଡି ବ୍ରାର୍‌ଙ୍କ କଲ୍‌ ଆସିଥିଲା । କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ଗୋଲ୍ଡି ବ୍ରାର୍‌ ବୋଲି କହିବା ସହ ହନି ସିଂଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ଏହାସହ ୫୦ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ ।

Rapper Honey Singh

ଉଲ୍ଲେଖଥାଉ କି, ଗୋଲ୍ଡି ବରାର ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ମଧ୍ୟ କୁହାଯାଉଛି । ଏବେ ସେ ପଞ୍ଜାବ ଛାଡି କାନାଡାରେ ରହୁଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ଅନେକ ଥର ହତ୍ୟା ଧମକ ଦେଇଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ଏକ ଇ-ମେଲ ପଠାଇ ସଲମାନଙ୍କ ହତ୍ୟା ଧମକ ଦେଇଥିଲେ । ଏହାପରେ ସଲମାନଙ୍କ ଘରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ଗୋଲ୍ଡି ବରାର ପୂରା ନାମ ହେଉଛି ସତବିନ୍ଦରଜିତ ସିଂ । ତାଙ୍କ ପରିବାର ପଞ୍ଜାବର ମୁକ୍ତସର ସାହିବା ଠାରେ ରୁହନ୍ତି । ଗୋଲ୍ଡିର ଜନ୍ମ ୧୯୯୪ ରେ ହୋଇଥିଲା । ଗୋଲ୍ଡିକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇର ସହଯୋଗୀ ବୋଲି କୁହାଯାଏ । ଏବେ ସେ କାନାଡାରେ ରହି ନିଜର ଗ୍ୟାଙ୍ଗ ଚଳାଉଛି । ଗୋଲ୍ଡି ବିରୋଧରେ ହତ୍ୟା, ଦାଦାବଟି ଆଦାୟ ଭଳି ଅନେକ ମାମଲା ରହିଛି । ଏହାସହ ଗୋଲ୍ଡି ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+