ପୋଲିସକୁ ଦୁଇ ସପ୍ତାହର ମହଲତ ମାଗିଲେ ରଣବୀର ସିଂ
Mumbai ,Bollywood ,Entertainment News ,Ranveer Singh , Mumbai Police , Paper Magazine ,FIR ,ପୋଲିସକୁ ଦୁଇ ସପ୍ତାହର ମହଲତ ମାଗିଲେ ରଣବୀର ସିଂ
ମୁମ୍ବାଇ: ରଣବୀର ସିଂ ନ୍ୟୁଡ୍ ଫୋଟସୁଟ ମାମଲା । ମୁମ୍ବାଇ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା । ହାଜର ହେବା ପାଇଁ ଦୁଇ ସପ୍ତାହର ସମୟ ମାଗିଲେ ଅଭିନେତା । ନିକଟରେ ପେପର୍ ମ୍ୟାଗାଜିନ ପାଇଁ ନ୍ୟୁଡ ଫୋଟସୁଟ କରି ବିବାଦରେ ଥିଲେ ରଣବୀର । ଅଭିନେତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା । ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ସେ ମହିଳାମାନଙ୍କ ସ୍ୱାଭିମାନଙ୍କୁ ଅପମାନିତ କରୁଛନ୍ତି ବୋଲି ବିଭିନ୍ନ ସଂଗଠନ ଅଭିଯୋଗ କରିଥିଲା । ସୋସିଆଲ ମିଡିଆରେ ମଧ୍ୟ ରଣବୀରଙ୍କୁ ଟ୍ରୋଲ କରାଯାଇଥିଲା । ବିବାଦ ଦିନକୁ ଦିନ ବଢିବାରେ ଲାଗିଥିଲା ।

ଏହି ମାମଲାରେ ପୋଲିସ ରଣବୀର ସିଂଙ୍କୁ ନୋଟିସ୍ ଜାରି କରି ଅଗଷ୍ଟ ୨୨ରେ ବୟାନ ରେକର୍ଡ କରାଇବାକୁ କହିଥିଲା । ହେଲେ ଆଜି ଅଭିନେତା ଆଉ ୨ ସପ୍ତାହର ସମୟ ମାଗିଛନ୍ତି । ତେବେ ଗତ ମାସରେ ରଣବୀର ସିଂ ନ୍ୟୁଡ୍ ଫୋଟସୁଟ କରାଇଥିଲେ । ଯାହାପରେ ତାଙ୍କ ଫଟୋକୁ ନେଇ ବିବାଦ ବଢିବା ପରେ ମୁମ୍ୱାଇ ପୋଲିସ ତାଙ୍କୁ ନୋଟିସ ଜାରି କରିଥିଲା । କେବଳ ଏହା ନୁହେଁ ଅଭିନେତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏପରିକି ଅନେକ ଲୋକ ତାଙ୍କୁ କପଡା ମଧ୍ୟ ଦାନ କରିଥିଲେ । ସୋସିଆଲ ମିଡିଆରେ ରଣବୀରଙ୍କ ଫଟୋ ଖୁବ ଭାଇରାଲ ହେବା ସହ ଟ୍ରୋଲର ଶିକାର ମଧ୍ୟ ହୋଇଥିଲେ । ହେଲେ ଅନେକ କଳାକାର ରଣବୀରଙ୍କୁ ସପୋର୍ଟ ମଧ୍ୟ କରିଥିଲେ ।













Click it and Unblock the Notifications