ବିବାଦରେ ରଣବୀର ସିଂ , ଥାନାରେ ମାମଲା ରୁଜୁ , ଖାଇବାକୁ ପଡିପାରେ ଜେଲର ହାୱା

Ranveer Singh Nude Photo Shoot :ବିବାଦରେ ରଣବୀର ସିଂ , ଥାନାରେ ମାମଲା ରୁଜୁ , ଖାଇବାକୁ ପଡିପାରେ ଜେଲର ହାୱା

ମୁମ୍ବାଇ: ଅଭିନେତା ରଣବୀର ସିଂହଙ୍କ ନଗ୍ନ ଫଟୋକୁ ନେଇ ଦେଖାଦେଇଛି ବିବାଦ । ନିକଟରେ ସେ ଏକ ନଗ୍ନ ଫଟୋଶୁଟ କରିଥିଲେ ଯେଉଁଥି ପାଇଁ ଏବେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ହେଲେ ଏବେ ଏହି ମାମଲାରେ ରଣବୀରଙ୍କ ନାଁ ରେ ଏଫଆଇଆର ରୁଜୁ ହେବା ସହ ତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦାବି କରାଯାଉଛି । ରଣବୀରଙ୍କ ବିରୋଧରେ ଆଇପିସି ଧାରା ୫୦୯, ୨୯୨, ୨୯୪ରେ ମାମଲା ରୁଜୁ ହୋଇଛି । ଏହା ସହ ୬୭ ଏ ଆଧାରରେ ମଧ୍ୟ ତାଙ୍କ ନାଁରେ କେସ୍ ରୁଜୁ ହୋଇଛି

RANVEER

ରିପୋର୍ଟ ଅନୁସାରେ ଏନଜିଓ ଚଲାଉଥିବା ଲଲିତ ଶ୍ୟାମ ନାମକ ଜଣେ ବ୍ୟକ୍ତି ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ତାଙ୍କ ଅଭିଯୋଗ ଏହା ଅଛି ଯେ, ରଣବୀରଙ୍କ ଲଲିତ ଶ୍ୟାମଙ୍କ ଅନୁସାରେ ନଗ୍ନ ଫଟୋ ଦେଖି ମହିଳାମାନେ ଲଜ୍ଜ୍ୟା ଅନୁଭବ କରୁଛନ୍ତି । ଏହି ଫୋଟକୁ ସୋସିଆଲ ମିଡିଆରୁ ତୁରନ୍ତ ଡିଲିଟ୍ କରିବାକୁ ମଧ୍ୟ ସେ କହିଛନ୍ତି । ସୋମବାର ରଣବୀରଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା ଯାହା ପରେ ମଙ୍ଗଳବାର ଏଫଆଇଆର ରୁଜୁ ହୋଇଥିଲା । ଅନ୍ୟପଟେ ରଣବୀରଙ୍କୁ ଟାର୍ଗେଟ୍ କରି ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ କହିଛନ୍ତି ଯଦି ଜଣେ ମହିଳା ଏଭଳି ଫଟୋ ଶୁଟ୍ କରିଥାନ୍ତେ ତେବେ କ'ଣ ତାଙ୍କୁ ଏଭଳି ପ୍ରଶଂସା କରାଯାଇଥାନ୍ତା । ସେହିପରି ରଣବୀରଙ୍କ ବନ୍ଧୁ ଆଲିଆ ଭଟ୍ଟ ରଣବୀର ସିଂଙ୍କୁ ସପୋର୍ଟ କରିଛନ୍ତି । ଆଲିଆ କହିଛନ୍ତି 'ବନ୍ଧୁ ତଥା ମୋ ପ୍ରିୟ କଳାକାର, ମୋ କୋଷ୍ଟାରଙ୍କ ବିରୋଧରେ ମୁଁ କୌଣସି ସମାଲୋଚନା ଶୁଣିବା ପସନ୍ଦ କରିବି ନାହିଁ । ସେପଟେ ରାମଗୋପାଲ ବର୍ମା ଅର୍ଜୁନ କପୁରଙ୍କ ପରି ଅନେକ ସେଲିବ୍ରିଟି ରଣବୀର ସପୋର୍ଟରେ ବାହାରିଛନ୍ତି ।

ରଣବୀରଙ୍କର ଏହି ଫଟୋକୁ ଅନେକ ସେଲିବ୍ରିଟି ପ୍ରଶଂସା କରୁଛନ୍ତି । ଅନ୍ୟପଟେ ଏହି ନଗ୍ନଫଟୋଶୁଟ୍ ପାଇଁ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+