ରଣବୀର ବାନ୍ଦ୍ରାରେ କିଣିଲେ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ
RANVEER SINGH HAS BOUGHT A SEA FACING APARTMENT
ଅଭିନେତା ରଣବୀର ସିଂ କିଣିଲେ ୧୧୯ କୋଟିର ଘର । ଆଉ ତାହା ବି କିଙ୍ଗ ଖାନଙ୍କ ମନତ୍ ପାଖରେ । ଯାହାକୁ ନେଇ ଆଜି ସବୁଠି ଚର୍ଚ୍ଚା । ରଣଭୀର ଓ ଦୀପିକା ବିଳାସପୂର୍ଣ୍ଣ ଲାଇଫ୍ ଷ୍ଟାଇଲ୍ ମେଣ୍ଟେନ କରନ୍ତି । ଦେଶ ବିଦେଶରେ ଏହି ଷ୍ଟାର ଦମ୍ପତ୍ତିଙ୍କର ପପୁଲାରିଟି ଖୁବ ଅଧିକ ।ନିକଟରେ ମୁମ୍ବାଇ ବାନ୍ଦ୍ରାରେ ଏକ ସୁନ୍ଦର ରେଜିଡେନ୍ଶିଆଲ୍ ଟାୱାର ସାଗର ରେଶମରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି ରଣବୀର ।

ସୂଚନା ରହିଛି ଯେ ରଣବୀର ଏହି ଆପାର୍ଟମେଣ୍ଟକୁ ୧୧୯ କୋଟିରେ କିଣିଛନ୍ତି ।ତେବେ ରଣବୀରଙ୍କର ଆପାର୍ଟମେଣ୍ଟ ଟାୱାରର ୧୬, ୧୭, ୧୮ ଏବଂ ୧୯ ମହଲାରେ ଅବସ୍ଥିତ । ଏହାର ସମୁଦାୟ ୧୧,୨୬୬ ବର୍ଗଫୁଟ ଏବଂ ୧୩୦୦ ବର୍ଗଫୁଟର ଏକ ସ୍ୱତନ୍ତ୍ର ଟେରାସ୍ ରହିଛି । ରଣବୀର ସିଂଙ୍କୁ ଏହି ଡିଲ୍ ଅଧୀନରେ ୧୯ଟି ପାର୍କିଂ ସ୍ଥାନ ମିଳିଛି।ତେବେ ଖାସ କଥା ହେଲା ଯେ ରଣବୀରଙ୍କର ଏହି ଟାୱାରଟି ଶାହାରୁଖ ଖାନଙ୍କର ମନ୍ନତ ଓ ସଲମାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ମଝିରେ ରହିଛି ।












Click it and Unblock the Notifications