କେମିତି ଥିଲା ରଣବୀର ସିଂ ଓ ଦୀପିକାଙ୍କ ପ୍ରଥମ ଦେଖା ..ଦୀପିକାଙ୍କୁ ଦେଖି ଦିଓ୍ୱାନ ହୋଇଥିଲେ ରଣବୀର

କେମିତି ଥିଲା ରଣବୀର ସିଂ ଓ ଦୀପିକାଙ୍କ ପ୍ରଥମ ଦେଖା ..ଦୀପିକାଙ୍କୁ ଦେଖି ଦିଓ୍ୱାନ ହୋଇଥିଲେ ରଣବୀରRanveer Singh and Deepika Padukone’s love storyfirst meet

ମୁମ୍ବାଇ: ରଣଭୀର ସିଂ ବିନଦାସ କଥା କହିବା ସହ ବିନଦାସ ଲାଇଫଷ୍ଟାଇଲ୍ ମଧ୍ୟ ବଞ୍ଚନ୍ତି ।ସେ ଦୀପିକା ପାଦୁକୋନଙ୍କ ସହ ନିଜ ସମ୍ପର୍କକୁ କେବେ ଲୁଚାଇ ନଥିଲେ। ନିକଟରେ ଏକ ଶୋ'ର ସୁଟିଂସମୟରେ ସେ ସେହି ବିଶେଷ ମୁହୂର୍ତ୍ତ ବିଷୟରେ କହିଥିଲେ ଯେତେବେଳେ ସେ ପ୍ରଥମ ଦେଖାରେ ଦୀପିକାଙ୍କୁ ପ୍ରେମ କରିବସିଥିଲେ ।ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ରାମ-ଲୀଲା' ପାଇଁ ଏକାଠି କାଷ୍ଟ ହୋଇଥିବା ବେଳେ ରଣଭୀର ଏବଂ ଦୀପିକା ପ୍ରଥମ ଥର ଦେଖାହୋଇଥିଲା ।ଯାହାକୁ ବେଶ୍ ସୁନ୍ଦର ଭାବେ ଶୋ'ରେ କହିଥିଲେ ରଣବୀର । ରଣଭୀର କହିଥିଲେ ,'ମୁଁ ୨୦୧୨ ରେ ତାଙ୍କୁ ପ୍ରଥମ ଥର ଭେଟିଥିଲି। ଆମର ପ୍ରଥମ ଥର ଏକାଠି ସ୍କ୍ରିପ୍ଟ ପଢିବା ମଧ୍ୟ ମୁଁ କେବେ ବି ଭୁଲି ପାରିବି ନାହିଁ । କବାଟର ଘଣ୍ଟି ବାଜିଲା, ବଡ଼ କାଠ କବାଟ ଖୋଲିଲା । ସେ ଧଳା ରଙ୍ଗର ପୋଷାକ ପିନ୍ଧିଥିଲେ ଏବଂ ସେହି ସମୟରେ ହଟାତ୍ ପବନ ବହିବା ସହିତ ଲାଗିଲା ସତେ ଯେପରି ସେହି ମୁହୂର୍ତ୍ତ ପାଇଁ ସମୟ ବନ୍ଦ ହୋଇଯାଇଥିଲା । ସେ ଧୀର ମୋ ଆଡକୁ ଆସିଲେ । ଧଳା ରଙ୍ଗର ଏକ ଡ୍ରେସ ତାଙ୍କ ଲୁକକୁ ସଂପୂର୍ଣ୍ଣ କରୁଥିଲା । ଏହା ହିଁ ଥିଲା! ଏହା ମୋ ପାଇଁ ସବୁଠୁ ଖାସ ମୁହୂର୍ତ୍ତ ଥିଲା ।ସେହି ମୁହୂର୍ତ୍ତରେ ମୁଁ ତାଙ୍କୁ ଭଲ ପାଇ ବସିଥିଲି ।' ରଣଭୀର ଏସବୁକୁ ଏପରି ଭାବରେ କହିଥିଲେ, ଯେପରି ତାଙ୍କ ଆଖି ସାମ୍ନାରେ' ସବୁକିଛି ଘଟୁଛି ।

DEEPIKA RANVWWER

ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ରଣବୀର-ଦୀପିକା ବର୍ତ୍ତମାନ ଆମେରିକାରେ ଛୁଟିକାଟି ଭାରତକୁ ଫେରିଛନ୍ତି ।ଏୟାରପୋର୍ଟରେ ଉଭୟ ଏକାଠି ନଜର ଆସିଥିଲେ । ନିକଟରେ ରଣବୀର
ନିଜ ଜନ୍ମଦିନ ଆମେରିକାରେ ଦୀପିକାଙ୍କ ସହ ସେଲିବ୍ରେଟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+