କାହିଁକି 'ରୋଡଇଜ୍' ଛାଡିଲେ ରଣବିଜୟ ସିଂ ?
Rannvijay Singh On Quit MTV Roadies:କାହିଁକି 'ରୋଡଇଜ୍' ଛାଡିଲେ ରଣବିଜୟ ସିଂ
ମୁମ୍ବାଇ: ଏମ୍ ଟିଭି ରୋଡଇଜ୍ ଏଥର ନିଜର ୧୯ ତମ ସିଜନ୍ ଆଣିବା ପାଇଁ ଯାଉଛି କିନ୍ତୁ ଏଥର ଶୋ'ରେ ରୋଡଇଜ୍ ଫେମ୍ Rannvijay Singhaକୁ ଦେଖିବା ପାଇଁ ମିଳିବ ନାହିଁ । ରଣବିଜୟ ସିଂ ରୋଡଇସ ଛାଡିଛନ୍ତି । ୧୮ ବର୍ଷ ଧରି ଶୋ'ର ଅଂଶ ଥିବା ଏହି ଅଭିନେତା ନିକଟରେ ଏହି ଶୋ' ଛାଡି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ରଣବିଜୟ ସିଂ କାହିଁକି ଏତେ ବଡ ନିଷ୍ପତ୍ତି ନେଲେ,ତାହା ବିଷୟରେ ନିକଟରେ ସେ ଫ୍ୟାନ୍ସଙ୍କୁ କହିଛନ୍ତି ।

ETimes ସହିତ ଆଲୋଚନା ସମୟରେ ରଣବିଜୟ ସିଂ କହିଛନ୍ତି ,'ମୁଁ ପ୍ରଥମ ଦିନରୁ ରୋଡଇଜର ଏକ ଅଂଶ ହୋଇ ଆସିଛି । ମୁଁ ଏକମାତ୍ର ବ୍ୟକ୍ତି ଯିଏକି ଗତ 18 ବର୍ଷ ଧରି ରୋଡଇଜରେ କାମ କରିଛି । ମୁଁ ଏବଂ ଚ୍ୟାନେଲ କେବଳ ରୋଡଇଜ୍ ନୁହେଁ 14-15 ଶୋ'ରେ ଏକାଠି କାମ କରିଛୁ ମୋର ଆରମ୍ଭ ରୋଡଇଜ୍ ରୁ ହୋଇଥିଲା । କିଛି ପ୍ରତିଶ୍ରୁତି , କୋଭିଡ୍ ପ୍ରତିବନ୍ଧକ, ତାରିଖ ସ୍ଥାନାନ୍ତର, ତାସହ ଦକ୍ଷିଣ ଆଫ୍ରିକାରେ ଶୁଟିଂ, ମୋ ପାଇଁ ଜିନିଷ ଏବେ ବଦଳିଯାଇଛି । ଖାସ ସେଥି ପାଇଁ ମୁଁ ଏହି ସିଜନ୍ କରିପାରୁ ନାହିଁ । ହେଲେ ରୋଡଇଜ୍ ମୋର ଛୁଆ ଭଳି । ହେଲେ ମୁଁ ଚ୍ୟାନେଲର ଅନ୍ୟ ପ୍ରୋଜେକ୍ଟରେ କାମ କରୁଛି । ଚ୍ୟାନେଲ ସହିତ ମୋର ସମ୍ପର୍କ ଭାଙ୍ଗି ନାହିଁ ।'୧୮ବର୍ଷ ଧରି ଏମ୍ ଟିଭିର ଲୋକପ୍ରିୟ ରିଆଲିଟି ସୋ ରୋଡିଜ୍ ର ହୋଷ୍ଟିଂ କରିଆସୁଥିବା ରନବିଜୟ ସିହଂଙ୍କ ସ୍ଥାନ ନେଇଛନ୍ତି ଅଭିନେତା ସୋନୁ ସୁଦ୍ ।












Click it and Unblock the Notifications