ନୂଆ ଲୁକ୍ରେ ନଜର ଆସିବେ ରଣଦୀପ୍ ହୁଡ୍ଡା
ଆଜି ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କର 139ତମ ଜନ୍ମଜୟନ୍ତୀ। ଏହି ଅବସରରେ ତାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ର ଫାଷ୍ଟ ଲୁକ୍ ଆଉଟ୍ ହୋଇଛି। ଏହି ପୋଷ୍ଟରରେ ଲେଖାଯାଇଛି, 'ହିନ୍ଦୁତ୍ବ ଧର୍ମ ନୁହେଁ, ଏହା ଇତିହାସ' ।
ମୁମ୍ବାଇ: ଆଜି ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କର 139ତମ ଜନ୍ମଜୟନ୍ତୀ। ଏହି ଅବସରରେ ତାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ସ୍ୱତନ୍ତ୍ର ବୀର ସାବରକର'ର ଫାଷ୍ଟ ଲୁକ୍ ଆଉଟ୍ ହୋଇଛି। ଏହି ପୋଷ୍ଟରରେ ଲେଖାଯାଇଛି, 'ହିନ୍ଦୁତ୍ବ ଧର୍ମ ନୁହେଁ, ଏହା ଇତିହାସ' ।

ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ଆଗାମୀ ବାୟୋପିକରେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ବୀର ସାବରକରଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମକୁ ନିର୍ମାଣ ଏବଂ ପ୍ରଯୋଜନା ସନ୍ଦୀପ ସିଂହ ଏବଂ ଆନନ୍ଦ ପଣ୍ଡିତ କରୁଛନ୍ତି। ଏହି ପୋଷ୍ଟରରେ ରଣଦୀପ ଏକ କଳା କ୍ୟାପ୍ ଏବଂ ଗୋଲ ଚଷମା ପିନ୍ଧି ଥିବାର ଦେଖିବାକୁ ମିଳିଛି । ଏନେଇ ଫିଲ୍ମର ସମାଲୋଚକ ତରନ ଆଦର୍ଶ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି ।
ତରନ ଆଦର୍ଶ ଟ୍ୱିଟ୍ କରି ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ବୀର ସାବରକର ଜନ୍ମ ବାର୍ଷିକୀରେ ରଣଦୀପ ହୁଡାଙ୍କ ଫିଲ୍ମ 'ସ୍ୱତନ୍ତ୍ର ବୀର ସାବରକର'ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଏହି ଫିଲ୍ମର ସୁଟିଂ ଅଗଷ୍ଟରୁ ଆରମ୍ଭ ହେବ। ଦେଶ ସମେତ ବିଦେଶରେ ମଧ୍ୟ ହେବ ଏହି ଫିଲ୍ମର ସୁଟିଂ । ଲଣ୍ଡନ, ମହାରାଷ୍ଟ୍ର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ହେବ ସୁଟିଂ ।
ବିନାୟକ ଦାମୋଦର ସାବରକର 28 ମଇ 1883ରେ ମହାରାଷ୍ଟ୍ରର ନାଶିକ ଜିଲ୍ଲାର ଭାଗୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦୁ ମହାସଭା, ଏକ ହିନ୍ଦୁ ରାଷ୍ଟ୍ରବାଦୀ ସଂଗଠନ ଏବଂ ଏକ ରାଜନୈତିକ ଦଳର ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ସେ ରାଜନେତା, କାର୍ଯ୍ୟକର୍ତ୍ତା ଏବଂ ଲେଖକ ମଧ୍ୟ ଥିଲେ । ସେ ହିନ୍ଦୁତ୍ୱର ହିନ୍ଦୁ ରାଷ୍ଟ୍ରବାଦୀ ରା ରାଜନୈତିକ ବିଚାରଧାରାର ବିକାଶ ପାଇଁ ଜଣାଶୁଣା । ବୀର ସାବରକରଙ୍କର 1966ରେ ଫେବୃଆରୀ 26 ବମ୍ବେରେ ମୃତ୍ୟୁ ହୋଇଥିଲା ।












Click it and Unblock the Notifications