ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ ଅଭିନେତା ରଣଦୀପ ହୁଡା
Randeep-Lin Wedding: ବଲିଉଡ ଅଭିନେତା ରଣଦୀପ ହୁଡା ତାଙ୍କ ଗର୍ଲଫ୍ରେଣ୍ଡ ଲିନ ଲିଆଶ୍ରମଙ୍କୁ ମଣିପୁରର ମୈତେଇ ସମ୍ପ୍ରଦାୟର ପରମ୍ପରା ଅନୁସାରେ ବିବାହ କରିଛନ୍ତି । ଦୀର୍ଘ ଦିନ ପରସ୍ପରକୁ ଡେଟ୍ କରିବା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମଣିପୁରରେ ଏହି ବିବାହ ଅନୁଷ୍ଠିତ ହୋଇଯାଇଛି, ଅଭିନେତାଙ୍କ ବିବାହର ଭିଡିଓ ଏବଂ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅଭିନେତା ରଣଦୀପ ହୁଡା ମଣିପୁରୀ ପାରମ୍ପାରିକ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି । ୨୯ ନଭେମ୍ବର ୨୦୨୩ରେ ଉଭୟଙ୍କ ବିବାହ ସମ୍ପପ୍ନ ହୋଇଛି । ଏହି ଷ୍ଟାର ଦମ୍ପତିଙ୍କର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଯାହା ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଛି ଏବଂ ଅଭିନେତାଙ୍କର ଏପରି ଡିଫରେଣ୍ଟ ଲୁକକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ଏହି ଦମ୍ପତିଙ୍କୁ ପ୍ରଶଂସକମାନେ ଲଗାତାର ଇନଷ୍ଟାଗ୍ରାମରେ ଅଭିନନ୍ଦନ ଜଣାଉଛନ୍ତି । ଉଭୟଙ୍କ ସୁନ୍ଦର ଲୁକ୍ ବର୍ତ୍ତମାନ ଲାଇମଲାଇଟରେ ରହିଛି ।
ରଣଦୀପ ହୁଡା ଏବଂ ଲିନଙ୍କ ବିବାହ ଅନ୍ୟ ବଲିଉଡ ସେଲିବ୍ରେଟଙ୍କ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ। ସାଧାରଣତଃ ସମସ୍ତ ତାରକା ରାଜସ୍ଥାନ କିମ୍ବା ବିଦେଶରେ ଭିନ୍ନ ଢଙ୍ଗରେ ବିବାହ କରିବା ପାଇଁ ପସନ୍ଦ କରିଥାନ୍ତି ହେଲେ ଏହି ଷ୍ଟାର କପଲ୍ ସେମାନଙ୍କର ପରମ୍ପରାକୁ ଅନୁସରଣ କରି ପୂର୍ଣ୍ଣ ରୀତିନୀତି ସହିତ ଏକ ସରଳ ଶୈଳୀରେ ବିବାହ କରିଥିଲେ। ଉଭୟ ଧଳ ରଙ୍ଗର ପୋଷାକ ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ବିବାହ ଫଟୋ ଏବଂ ଭିଡିଓ କ୍ରମାଗତ ଭାବରେ ଭାଇରାଲ ହେଉଛି।
ବିବାହର ଗୋଟିଏ ଦିନ ପୂର୍ବରୁ ରଣଦୀପ ଏବଂ ଲିନ୍ ଆଶୀର୍ବାଦ ନେବା ପାଇଁ ମନ୍ଦିରରେ ପହଞ୍ଚିଥିଲେ । ଏହି ସମୟରେ ମଧ୍ୟ ଉଭୟଙ୍କୁ ପାରମ୍ପାରିକ ରୂପରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ଦମ୍ପତିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚାରେ ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ରଣଦୀପ ଏବଂ ଲିନଙ୍କ ମଧ୍ୟରେ 10 ବର୍ଷ ବୟସ ବ୍ୟବଧାନ ରହିଛି । ରଣଦୀପଙ୍କୁ 47 ବର୍ଷ ହୋଇଥିବାବେଳେ ଲିନଙ୍କୁ 37 ବର୍ଷ ।












Click it and Unblock the Notifications