ନିଜଠୁ ୧୦ ବର୍ଷ ଛୋଟ ଏହି ମଡେଲଙ୍କ ସହ ବିବାହ କରିବେ ରଣଦୀପ ହୁଡା

Entertainment News: ବଲିଉଡର ପ୍ରସିଦ୍ଧ ଅଭିନେତା ରଣଦୀପ ହୁଡା ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ଏହା କହିବା ଭୁଲ ହେବା ନାହିଁ ଯେ, ସିନେମା ଜଗତରେ ପୁଣି ଜଣେ ଅଭିନେତା ଲୁଚିଲୁଚି ବିବାହ କରିବାକୁ ଯାଉଛନ୍ତି ତେବେ ଏହା କିଛି ଭୁଲ୍ ମଧ୍ୟ ନୁହେଁ । ଏକ ପ୍ରାଇଭେଟ୍ ବିବାହ କରି ରଣଦୀପ ହୁଡା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଏବଂ ସରପ୍ରାଇଜ୍ କରିବାକୁ ଯାଉଛନ୍ତି ।

ଇଟିମସ୍ ରିପୋର୍ଟ ଅନୁଯାୟୀ, ହୁଡା ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ତାରିଖ ପ୍ରକାଶ କରାଯାଇ ନାହିଁ କିନ୍ତୁ ରଣଦୀପ ହୁଡା ଖୁବ୍ ଶୀଘ୍ର ବିବାହ କରିବେ ବୋଲି ନିଶ୍ଚିତ ହୋଇଛି। ଏହି ବିବାହ ଉତ୍ସବରେ ତାଙ୍କର କିଛି ଘନିଷ୍ଠ ବ୍ୟକ୍ତି ଯୋଗଦେବେ ଏବଂ ଏହି ବିବାହ ମୁମ୍ବାଇରେ ଅନୁଷ୍ଠିତ ହେବାନେଇ ସୂଚନା ରହିଛି ।

 Randeep Hooda

ଅଭିନେତାଙ୍କ ବିଷୟରେ ସୂଚନା ଦେଇଥିବା ବ୍ୟକ୍ତି ରଣଦୀପଙ୍କୁ ଜଣେ ପ୍ରାଇଭେଟ୍ ବ୍ୟକ୍ତି ଅର୍ଥାତ୍ ଯିଏ ନିଜ ସମସ୍ତ କାର୍ଯ୍ୟକୁ ପ୍ରାଇଭେଟ୍ ରଖିବାକୁ ପସନ୍ଦ କରନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଅଭିନେତା ନିଜ ବିବାହକୁ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁନାହାଁନ୍ତି। ତେବେ ରଣଦୀପ ହୁଡାଙ୍କ ବିବାହ ବ୍ୟତୀତ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ 47 ବର୍ଷିୟ ଅଭିନେତା ରଣଦୀପଙ୍କ ଗର୍ଲଫ୍ରେଣ୍ଡଙ୍କ ବୟସ 37 ବର୍ଷ ।

ରଣଦୀପ ହୁଡା ତାଙ୍କ ପ୍ରେମ ସମ୍ପର୍କ ବିଷୟରେ କେବେ ଖୋଲାଖୋଲି ଭାବେ ଆଲୋଚନା କରିନାହାଁନ୍ତି କିନ୍ତୁ 2021 ମସିହାରେ ସେ ଗର୍ଲଫ୍ରେଣ୍ଡ ଲିନଙ୍କ ଜନ୍ମଦିନ ଅବସରରେ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । ଏପରିକି ଅଭିନେତା ନିଜ ଗର୍ଲପ୍ରେଣ୍ତଙ୍କୁ ସ୍ନେହରେ ହର୍ଟ ଫଜ୍ ଡାକନ୍ତି ବୋଲି କହିଥିଲେ । ୱେଲ୍ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ରଣଦୀପଙ୍କ ଗର୍ଲଫ୍ରେଣ୍ତ ମଣିପୁରର ଏବଂ ସେ ଜଣେ ଭାରତୀୟ ମଡେଲ। ବର୍ତ୍ତମାନ ଫ୍ୟାନ୍ସ ତାଙ୍କ ପ୍ରିୟ ଅଭିନେତାଙ୍କ ବିବାହ ତାରଖକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+