ଏହି ମଡେଲଙ୍କୁ ଡେଟ୍ କରୁଛନ୍ତି ଅଭିନେତା ରଣଦୀପ ହୁଡା
ଏହି ମଡେଲଙ୍କୁ ଡେଟ୍ କରୁଛନ୍ତି ଅଭିନେତା ରଣଦୀପ ହୁଡା
ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡା ମଡେଲ ଲିନ ଲେଶରାମ୍ଙ୍କ ସହ ନିଜ ରିଲେସନଶିପ୍କୁ କନଫର୍ମ କରିଛନ୍ତି । ଦୀପାବାଳି ଅବସରରେ ସେ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଉଭୟ ହାତରେ ଦୀପ ଧରିଥିବାର ନଜର ଆସୁଛନ୍ତି । ଏହି ଫୋଟରେ ଉଭୟ ବେଶ୍ ଖୁସ ଜଣା ପଡୁଛନ୍ତି । ଫ୍ୟାନ୍ସ ମଧ୍ୟ ଏହି ଯୋଡିକୁ ଖୁବ ପ୍ରଶଂସା କରୁଛନ୍ତି । ରଣଦୀପଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହେଉଛି ଲିନଙ୍କ ଓ ସମ୍ପର୍କରେ ଅଛନ୍ତି । ରିପୋର୍ଟ ଅନୁସାରେ ଉଭୟ ପରସ୍ପରକୁ ଅନେକ ଦିନ ହେଲା ଡେଟ୍ କରୁଛନ୍ତି ।
ରିପୋର୍ଟ ଅନୁସାରେ, ଅଭିନେକା ମଣିପୁରୀ ମଡେଲ ଲିନ ଲେଶରାମ୍ଙ୍କୁ ଅନେକ ଦିନ ହେଲା ଡେଟ୍ କରୁଛନ୍ତି । ଦୀପାବଳି ଅବସରରେ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଥିଲେ ଅଭିନେତା । କିଛି ମିଡିଆ ରିପୋର୍ଟ ଅନୁଯାୟୀ ରଣଦୀପ ୨୦୧୬ରୁ ଲିନ୍ଙ୍କୁ ଡେଟ୍ କରୁଛନ୍ତି । କହିବାକୁ ଗଲେ ୨୦୧୮ରେ ପ୍ରଥମ ଥର ଉଭୟଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଯାହା ପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ସେହି ସମୟରେ ଅଭିନେତା ଏହି ଖବରକୁ ଗୁଜବ ବୋଲି କହିଥିଲେ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ରଣଦୀପଙ୍କ ଗର୍ଲଫ୍ରଣ୍ତ ମଣିପୁରର ଜଣେ ପ୍ରସିଦ୍ଧ ମଡେଲ। ଏହା ବ୍ୟତୀତ ସେ ବଲିଉଡ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଏହା ଛଡା ଲିନ ଜାତୀୟ ସ୍ତରର ଜଣେ ଆଙ୍କର୍ ମଧ୍ୟ । କେବଳ ଏତିକି ନୁହେଁ, ସେ ନାସିରୁଦ୍ଦିନ ଶାହାଙ୍କ ଥିଏଟର ଗ୍ରୁପରେ ମଧ୍ୟ ସାମିଲ୍ ଅଛନ୍ତି । ଅନେକ ଅଭିନେତ୍ରୀଙ୍କ ସହ ରଣଦୀପ ହୁଡାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଲିନ୍ ପୂର୍ବରୁ ରଣଦୀପ ନୀତି ଚନ୍ଦ୍ରଙ୍କ ସହ ସମ୍ପର୍କରେ ଥିଲେ । ହେଲେ କିଛି ବର୍ଷ ଡେଟି୍ କରିବା ପରେ ଉଭୟଙ୍କର ବ୍ରେକ୍ଅପ୍ ହୋଇଥିଲା ।













Click it and Unblock the Notifications