Animal Teaser: 'ଆନିମଲ'ର ଦମଦାର ଟିଜର୍ ରିଲିଜ୍, ଜାଣନ୍ତୁ କେବେ ମୁକ୍ତିଲାଭ କରିବ ସିନେମା
Animal Teaser Out: ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'Animal' ହେଉଛି 2023 ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଫିଲ୍ମର ପୋଷ୍ଟର ରିଲିଜ୍ ପରଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମ ରିଲିଜ୍ ତାରିଖକୁ ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ପ୍ରଶଂସକମାନଙ୍କୁ ଫିଲ୍ମ ମେକର୍ସ ଦେଇଛନ୍ତି ଏକ ବଡ଼ ଉପହାର । ନିର୍ମାତାମାନେ 28 ସେପ୍ଟେମ୍ବର ଅର୍ଥାତ୍ ରଣବୀର କପୁରଙ୍କ ଜନ୍ମଦିନ ଅବସରରେ 'Animal'ର ବହୁ ପ୍ରତୀକ୍ଷିତ ଟିଜର ମୁକ୍ତିଲାଭ କରିଛନ୍ତି । ଟିଜରଟି ରିଲିଜ୍ ପରଠୁ ଇଣ୍ଟନେଟରେ କରୁଛି ଟ୍ରେଣ୍ତ୍ ।
ଟିଜର ଆରମ୍ଭରୁ ରଶ୍ମିକା ମନ୍ଦାନା ଏବଂ ଅନୁଲ କପୁରଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି ଏହା ପର ସିନରେ ଅନିଲ କପୁର ରଣବୀର କପୁରଙ୍କୁ ଚାପୁଡା ମାରୁଥିବାର ଦେଖିବା ପାଇଁ ମୁଳିଛି । ଏହି ସମୟରେ ରଣବୀର ଲୁକ୍ ତାଙ୍କ ରିଆକ୍ସନ ଖୁବ ଜବରଦସ୍ତ ରହିଛି । ଚାପୁଡା ମାରିବା ସମୟରେ ଅନିଲ କପୁର କହୁଛନ୍ତି ଜ୍ୟୋତି, ଆମେ ଜଣେ ଅପରାଧୀକୁ ଜନ୍ମ ଦେଇଛୁ । ଅନ୍ୟପଟେ ରଣବୀର କପୁର, ରଶ୍ମିକା ମନ୍ଦାନାଙ୍କୁ କହୁଛନ୍ତି ଯେ, ମୋ ବାପା ଦୁନିଆର ସର୍ବୋତ୍ତମ ପିତା ।

ଏହାପରେ ଆରମ୍ଭ ହୋଇଯାଏ ଜବରଦସ୍ତ ଆକ୍ସନ ଏବେ ଦେଖିବା ପାଇଁ ମିଳେ ରଣବୀରଙ୍କ ଆନିମଲ୍ ଅବତାର । ଟିଜରର ଶେଷ ଭାଗରେ ବବି ଦେଓଲଙ୍କର ଏକ ଝଲକ ମଧ୍ୟ ଦେଖିବା ପାଇଁ ମିଳୁଛି । ଟିଜରରେ ରଣବୀର କପୁରଙ୍କ ହିଂସାତ୍ମକ ଦୃଶ୍ୟ ଦେଖିବା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି ।
1 ମିନିଟ୍ ୨୯ କ୍ଲିପ୍ସରେ ମେକର୍ସ ରଣବରୀ କପୁରଙ୍କର ଆନିମଲ୍ ଲୁକ୍ ଦେଖିବା ପାଇଁ ଚେଷ୍ଟା କରିଛନ୍ତି ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସୁଛି । ଏହି ଫିଲ୍ମ ଏକ ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ । ଯେଉଁଥିରେ ଜଣେ ବାପା ପୁଅଙ୍କ କାହାଣୀର ଝଲକ ମଧ୍ୟ ଦେଖିବା ପାଇଁ ମିଳିବ । ଅନୀଲ କପୁର ରଣବୀରଙ୍କ ପିତାଙ୍କ ଭୂମିକାରେ ନଜର ଆସିବେ, ରଶ୍ମିକା ମନ୍ଦାନାଙ୍କୁ ରଣବୀରଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ଦେଖିବା ପାଇଁ ମିଳିବ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଚଳଚ୍ଚିତ୍ର ପୂର୍ବରୁ ଅଗଷ୍ଟରେ ରିଲିଜ ହେବାର ଥିଲା । ହେଲେ ଗଦର-2 ଏବଂ ଓଏମଜି-2 ରିଲିଜ୍ ହେବାକୁ ଥିବାରୁ ଏହାର ତାରିଖ ପରିବର୍ତ୍ତନ କରାଯାଇଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଡିସେମ୍ବର 1'ରେ ମୁକ୍ତିଲାଭ କରିବା ନେଇ ସୂଚନା ରହିଛି ।












Click it and Unblock the Notifications