ଶେଷ ହେଲା ରଣବୀରଙ୍କ ଫିଲ୍ମ Ramayana ସୁଟିଂ !
Ramayana Shoot Completed: ପ୍ରଶଂସକମାନେ ନୀତୀଶ ତିୱାରୀଙ୍କ 'ରାମାୟଣ'କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କେବଳ ଫିଲ୍ମ ନୁହେଁ ଫ୍ୟାନ୍ସ ଏହି ସିନେମାର ଏକ ଝଲକ ଦେଖିବା ପାଇଁ ଖୁବ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମର ସୁଟିଂ ଦୀର୍ଘ ଦିନ ଧରି ଚାଲିଆସୁଛି ଏବଂ ସେଟରୁ କିଛି ଲୁକ୍ ମଧ୍ୟ ଲିକ୍ ହୋଇଥିଲା ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ବର୍ତ୍ତମାନ 'ରାମାୟଣ'ରେ କୌଶଲ୍ୟା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଇନ୍ଦିରା କୃଷ୍ଣନ୍ ଫିଲ୍ମର ସୁଟିଂ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ।

ୟୁଟ୍ୟୁବ୍ ଚ୍ୟାନେଲ୍ joinfilmsଫିଲ୍ମସକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଇନ୍ଦିରା କୃଷ୍ଣନ୍ 'ରାମାୟଣ'ର ନିଶ୍ଚିତ ହୋଇଥିବା ଷ୍ଟାର୍ କାଷ୍ଟକୁ ମଧ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି- 'ମୁଁ ରାମାୟଣ ନାମକ ଏକ ଫିଲ୍ମ କରୁଛି, ଯାହାର ସୁଟିଂ ଶେଷ ହୋଇଛି ଏବଂ ମୁଁ ରଣବୀରଙ୍କ ସହ କୌଶଲ୍ୟାଙ୍କ ଚରିତ୍ରରେ ଅଭିନୟ କରୁଛି। ରବି ଦୁବେ ଏଥିରେ ଅଛନ୍ତି ଏବଂ ସେ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ।
ଇନ୍ଦିରା କୃଷ୍ଣନ୍ ଫିଲ୍ମ ବିଷୟରେ ଆହୁରି କହିଛନ୍ତି- 'ଫିଲ୍ମ ଶତପ୍ରତିଶତ ହିଟ୍ ହୋଇଛି, ଏହା ଏକ ସୁପରହିଟ୍।ଏଥି ପାଇଁ ନୁହେଁ ଯେ ମୁଁ ଏହି ଫିଲ୍ମ ସହ
ଜଡିତ ଅଛି କିମ୍ବା ବଡ଼ ଷ୍ଟାର କାଷ୍ଟ ପାଇଁ ବରଂ ଏହି ସିନେମାର ପ୍ରତ୍ୟେକ ସିନ୍ ଖୁବ ସୁନ୍ଦର ରହିଛି । ଏହି ଅଭିନେତ୍ରୀ ଆହୁରି କହିଛନ୍ତି,
ଅରୁଣ ଗୋବିଲ ଏହି ଫିଲ୍ମରେ ଦଶରଥ ଭୂମିକାରେ ନଜର ଆସିବେ ସେ ପ୍ରକୃତରେ ଦଶରଥଙ୍କ ପରି ଦିଶୁଛନ୍ତି ।
ଇନ୍ଦିରା କୃଷ୍ଣନ୍ ରଣବୀର କପୁରଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି- ରଣବୀର ଜଣେ ବଡ଼ ଷ୍ଟାର, ହେଲେ ସେ ପ୍ରତ୍ୟେକ ସାଧାରଣ ବ୍ୟକ୍ତିଙ୍କ ସହ ମିଶି କରି ଚଳିଥାନ୍ତି । ମୁଁ ତାଙ୍କୁ କେବେବି କାହା ସହ ଖରାପ ଢଙ୍ଗରେ କାହା ସହ କଥା ହୁଅନ୍ତି ନାହିଁ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications