ଅଭିନେତା ରଣବୀର କପୁର କରୋନା ପଜିଟିଭି, ସୂଚନା ଦେଲେ ମା ନୀତୁ
ବଲିଉଡର ଅଭିନେତା ରଣବୀର କପୁରଙ୍କୁ କରୋନା । ରଣବୀର କରୋନା ପଜିଟିଭି ଚିହ୍ନଟ ହୋଇଥିବା ସୂଚନା ଦେଇଥିଛନ୍ତି ମା ନୀତୁ ସିଂ
Ranbir Kapoor Tests Positive: ବଲିଉଡର ଅଭିନେତା ରଣବୀର କପୁରଙ୍କୁ କରୋନା । ରଣବୀର କରୋନା ପଜିଟିଭି ଚିହ୍ନଟ ହୋଇଥିବା ସୂଚନା ଦେଇଥିଛନ୍ତି ମା ନୀତୁ ସିଂ । ଗତ କିଛି ଦିନ ଧରି କରୋନା ଲକ୍ଷଣ ଦେଖା ଦେବା ପରେ ଟେଷ୍ଟ କରାଇଥିଲେ ରଣବୀର । ଆଜି ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ସେଲଫ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ତେବେ ବର୍ତ୍ତମାନ ପ୍ରାଥମିକ ଚିକିତ୍ସା କରାଉଛନ୍ତି ରଣବୀର କରୁଛନ୍ତି।

ଇନଷ୍ଟାଗ୍ରାମରେ ରଣବୀରଙ୍କ ଏକ ଫଟୋ ସେୟାର କରି ନୀତୁ ଲେଖିଛନ୍ତି, 'ଆପଣ ସମସ୍ତ ଚିନ୍ତା ଏବଂ ଶୁଭକାମନା ପାଇଁ ଅଶେଷ ଅଶେଷ ଧନ୍ୟବାଦ। ରଣବୀରଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କୁ ଔଷଧ ଦିଆଯାଉଛି ଓ ସେ ସେଲଫ୍ କ୍ୱାରେଣ୍ଟାଇନରେ ଅଛନ୍ତି।
ଗତ ବର୍ଷ ନିତୁ କପୁର କୋଭିଡରୁ ଭଲ ହୋଇଥିଲେ । ତାଙ୍କ ସହ ଅମିତାଭ ବଚ୍ଚନ, ତାଙ୍କ ପୁଅ ଅଭିଷେକ ଏବଂ ବୋହୂ ଐଶ୍ୱର୍ଯ୍ୟାଙ୍କ ସମେତ ଅନେକ ବଲିଉଡ ତାରକା ମଧ୍ୟ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ ।












Click it and Unblock the Notifications