ଏହି ତାରିଖରେ ଓଟିଟିରେ ପ୍ଲାଟଫର୍ମରେ ରିଲିଜ୍ ହେବ ଫିଲ୍ମ 'ଆନିମଲ୍'
Animal OTT Release: ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ସମଗ୍ର ବିଶ୍ୱରେ ବର୍ତ୍ତମାନ ଚହଳ ସୃଷ୍ଟି କରୁଛି । ଫିଲ୍ମଟି ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ସାଉଁଟୁଛି । ଏହି ଚଳଚ୍ଚିତ୍ରରେ ରଣବୀର କପୁରଙ୍କ ଅଭିନୟ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ପ୍ରେକ୍ଷାଳୟରେ ଫିଲ୍ମଟି ଭଲ ବ୍ୟବସାୟ ମଧ୍ୟ କରୁଛି ହେଲେ ବର୍ତ୍ତମାନ ଯେଉଁ ମାନେ ଏହି ଫିଲ୍ମ ସିନେମା ହଲ ଯାଇ ଦେଖି ପାରି ନାହାଁନ୍ତି, ସେମାନେ ଫିଲ୍ମର ଓଟିଟି ରିଲିଜ୍ ତାରିଖକୁ ଅପେକ୍ଷା କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଫିଲ୍ମଟି କେବେ ଏବଂ କେଉଁ OTT ପ୍ଲାଟଫର୍ମରେ ରିଲିଜ୍ ହେବ ।

ଆନିମଲ୍ OTT ରାଇଟସ୍ ନେଟଫ୍ଲିକ୍ସ ପାଖରେ ରହିଛି । ବଲିଉଡ ଲାଇଭ ଅନୁଯାୟୀ ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁୟାରୀ ମାସରୁ ଷ୍ଟ୍ରିମ ହୋଇପାରିବ। କୌଣସି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ହେବାର 45-60 ଦିନ ପରେ ଯେକୌଣସି OTT ରେ ମୁକ୍ତିଲାଭ କରିପାରିବ । ସେହି ଅନୁଯାୟୀ, ଜାନୁଆରୀ 14 କିମ୍ବା 15 ରୁ ଫିଲ୍ମ ଆନିମଲ୍ ନେଟଫ୍ଲିକ୍ସରେ ରିଲିଜ୍ ହେବାର ସୂଚନା ରହିଛି । ହେଲେ ଏ ସମ୍ପର୍କରେ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ ହୋଇ ନାହିଁ ।
ଫିଲ୍ମ ଅନିମଲ୍ ଜବରଦସ୍ତ ରୋଜଗାର କରୁଛି ଏବଂ ଏହା ସହିତ ଏହା ଅନେକ ଚଳଚ୍ଚିତ୍ରର ରେକର୍ଡ ମଧ୍ୟ ବ୍ରେକ୍ କରୁଛି । ବକ୍ସ ଅଫିସରେ 230 କୋଟିରୁ ଅଧିକ ଆୟ କରିସାରିଲାଣି ଫିଲ୍ମ ଆନିମଲ୍ । ବର୍ତ୍ତମାନ ଏହି ଚଳଚ୍ଚିତ୍ର 250 କୋଟି ଟଙ୍କାର ମାର୍କ ଅତିକ୍ରମ କରିବାକୁ ଯାଉଛି । ଫିଲ୍ମର ବକ୍ସ ଅଫିସ୍ କଲେକସନକୁ ଲାଗୁଛି ଫିଲ୍ଟିମ ଖୁବ୍ ଶୀଘ୍ର ଇତିହାସ ସୃଷ୍ଟି କରିବା ପାଇଁ ଯାଉଛି । ଫିିଲ୍ମରେ ପ୍ରଥମ ଥର ରଣବୀର କପୁରଙ୍କ ସହ ରଶ୍ମିକା ମନ୍ଦାନାଙ୍କୁ ଦେଖିବା ପାଇଁ ମିଳୁଛି ଉଭୟଙ୍କ ରୋମାନ୍ସ ଫିଲ୍ମରେ ଚାରଚାନ୍ଦ ଲଗାଇଛି । ବଲିଉଡର ଏହି ନୂଆ ଯୋଡି ମଧ୍ୟ ଅନେକ ପ୍ରଶଂସା ସାଉଁଟୁଥିବାର ଦେଖିବା ପାଇଁ ମିଳୁଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications