'ତୁ ଝୁଟି ମେଁ ମକ୍କାର'ର ଟିଜର୍ ହେଲା ରିଲିଜ୍, ଶ୍ରଦ୍ଧା-ରଣବୀରଙ୍କ କ୍ୟୁଟ୍ କେମେଷ୍ଟ୍ରି ଜିଣୁଛି ଦର୍ଶକଙ୍କ ମନ

'ତୁ ଝୁଟି ମେଁ ମକ୍କାର'ର ଟିଜର୍ ହେଲା ରିଲିଜ୍, ଜାଣନ୍ତୁ

ମୁମ୍ବାଇ: ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ଦୀର୍ଘ ଦିନ ହେବ ଉଭୟଙ୍କ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେହିପରି ଦର୍ଶକ ମଧ୍ୟ ସିନେ ପରଦାରେ ଏହି ଯୋଡିକୁ ଏକାଠି ଦେଖିବା ପାଇଁ ଅପେକ୍ଷା କରିବସିଥିଲେ । ତେବେ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ ସମସ୍ତେ ନିଶ୍ଚୟ ଜାଣିବା ପାଇଁ ଚାହୁଁଥିବେ ।

Tu jhoothi main makkar
ନିକଟରେ ଶ୍ରଦ୍ଧା କପୁର ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି ଏକ ଉପହାର । ଅଭିନେତ୍ରୀ ଭିଡିଓ ସେୟାର କରି ଫିଲ୍ମର ନାଁ ରିଭିଲ୍ କରିଛନ୍ତି । ଏହି ଭିଡିଓରେ ଉଭୟ ପରସ୍ପରକୁ ଚିଡାଉଥିବାର ଦେଖିବା ପାଇଁ ମିଳୁଛି । ତେବେ ଏହି ଫିଲ୍ମର ଟାଇଟଲ୍ 'Tu jhoothi main makkar'ରଖାଯାଇଛି ।

ବେଶ୍ ଖାସ୍ ଅନ୍ଦାଜରେ ଏହି ଫିଲ୍ମର ଟିଜର ସେୟାର କରିଛନ୍ତି ରଣବୀର-ଶ୍ରଦ୍ଧା । ଟିଜର ସେୟାର କରି ଶ୍ରଦ୍ଧା କପୁର ଫିଲ୍ମର ନାଁ ସହ ରିଲିଜ ତାରିଖ ମଧ୍ୟ ଘୋଷଣା କରିସାରିଛନ୍ତି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଟିଜର ସେୟାର କରି ଶ୍ରଦ୍ଧା କପୁର କ୍ୟାପସନରେ ଲେଖିଛନ୍ତି - ଶେଷରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯାଇ ସାରିଛି । ତେବେ ଏହି ଟିଜରରେ ଉଭୟଙ୍କ କ୍ୟୁଟ୍ କେମେଷ୍ଟ୍ରି ଦେଖିବା ପାଇଁ ମିଳିଛି ଯାହାକୁ ଫ୍ୟାନ୍ସ ମଧ୍ୟ ଖୁବ ପସନ୍ଦ କରୁଛନ୍ତି । ତେବେ ଏହି ଫିଲ୍ମଟି ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ମାର୍ଚ୍ଚ ୮ ତାରିଖରେ ଏହି ଫିଲ୍ମଟି ମୁକ୍ତିଲାଭ କରିବ ।

'ପ୍ୟାର୍ କା ପଞ୍ଚନାମା' ଏବଂ 'ସୋନୁ କି ଟିଟୁ କି ସ୍ୱିଟି' ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ଲଭ୍ ରଞ୍ଜନ୍ ୨୦୨୩ ହୋଲି ଅବସରରେ ଏହି ଚଳଚ୍ଚିତ୍ରଟିକୁ ମୁକ୍ତିଲାଭ କରିବାକୁ ଯାଉଛନ୍ତି । ଦର୍ଶକଙ୍କ ମନୋରଞ୍ଜନ କରାଇବା ପାଇଁ ଏହି ଫିଲ୍ମଟି ମାର୍ଚ୍ଚ ୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ରଣବୀର-ଶ୍ରଦ୍ଧାଙ୍କ କ୍ୟୁଟ୍ ଯୋଡିକୁ ବଡ ପରଦାରେ ଦେଖିବା ପାଇଁ ଫ୍ୟାନ୍ସ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+