'Ramayana' ଶୁଟିଂ ଆରମ୍ଭ ! ମାତା ସୀତାଙ୍କ ଭୂମିକାରେ ନଜର ଆସିବେ Sai Pallavi
Ramayana: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ସ୍ୱପ୍ନ ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି । କାରଣ ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ 'ରାମାୟଣ'ର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ପାଇଁ ମୁଖ୍ୟ ଚରିତ୍ର ତଥା ପ୍ରଭୁ ରାମ ଏବଂ ମାତା ସୀତାଙ୍କ କାଷ୍ଟିଂ ଶେଷ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବଲିଉଡ ଅଭିନେତା ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ସାଉଥ୍ ଅଭିନେତ୍ରୀ ସାଇ ପଲ୍ଲଭି ମାତା ସୀତାଙ୍କ ଭୂମିକାରେ ନଜର ଆସିପାରନ୍ତି ।

ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ମାତା ସୀତାଙ୍କ ଭୂମିକାରେ ଦେଖିବା ପାଇଁ ମିଳିପାରେ । ହେଲେ ତାରିଖ ସମସ୍ୟା ହେତୁ ଆଲିଆ ଫିଲ୍ମରୁ ଦୂରେଇ ଯାଇଥିଲେ। ବର୍ତ୍ତମାନ ନିର୍ମାତାମାନେ ସାଇ ପଲ୍ଲାଭିଙ୍କୁ କାଷ୍ଟ କରିବାର ନିଷ୍ପତ୍ତି ନେଇଛନ୍ତି । ନିର୍ମାତାମାନେ 'ରାମାୟଣ' ପାଇଁ ରାବଣ ଭୂମିକାରେ ଅଭିନୟ ପାଇଁ ମଧ୍ୟ ଅଭିନେତା ଚୟନ କରିସାରିଛନ୍ତି । ରିପୋର୍ଟ ଅନୁଯାୟୀ ସାଉଥ୍ ସୁପରଷ୍ଟାର ୟଶଙ୍କୁ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଦେଖିବାକୁ ମିଳିପାରେ ।
ନିତେଶ ତିୱାରୀ ତାଙ୍କ ସ୍ୱପ୍ନର ଚଳଚ୍ଚିତ୍ର 'ରାମାୟଣ'ର ଦୁଇଟି ପାର୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଭାଗରେ ରଣବୀର କପୁର ଏବଂ ସାଇ ପଲ୍ଲଭିଙ୍କ କାହାଣୀ ଦେଖିବା ପାଇଁ ମିଳିବ ଏବଂ ଦ୍ୱିତୀୟ ଭାଗରେ ରାବଣଙ୍କର କାହାଣୀ ଦେଖିବା ପାଇଁ ମିଳିବ । ରିପୋର୍ଟରେ କୁହାଯାଇଛି ଯେ ରଣବୀର କପୁର ଏବଂ ସାଇ ପଲ୍ଲଭି 2024 ଆରମ୍ଭରୁ 'ରାମାୟଣ' ଭାଗ 1 ପାଇଁ ସୁଟିଂ ଆରମ୍ଭ କରିପାରନ୍ତି । ସେହିପରି ୟଶ ଆସନ୍ତା ବର୍ଷ ଜୁଲାଇରୁ ଶୁଟିଂ ଆରମ୍ଭ କରିବେ।
ସୂଚନାଥାଉ ଯେ, ନିକଟରେ 'ରାମାୟଣ' ଉପରେ ଆଧାରିତ ଚଳଚ୍ଚିତ୍ର 'ଆଦିପୁରୁଷ' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଯେଉଁଥିରେ ପ୍ରଭାସ ଏବଂ କ୍ରିତି ସାନନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ ଏହି ଚଳଚ୍ଚିତ୍ରକୁ ଲୋକେ ଏତେଟା ପସନ୍ଦ କରିନଥିଲେ । ଏପରିକି ବୟକଟ୍ ଆଦିପୁରୁଷ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ତ କରିଥିଲା ।












Click it and Unblock the Notifications