ଆଲିଆଙ୍କ ବିନା ଅଧୂରା ରଣବୀରଙ୍କ ଜୀବନ

ରଣବୀର ଆଲିଆଙ୍କର ଏହି ରୋମାଣ୍ଟିକ୍ ଫଟୋକୁ ଫ୍ୟାନ୍ସ ବେଶ୍ ପସନ୍ଦ କରୁଛନ୍ତି । ଯେଉଁଥିରେ ଦର୍ଶକଙ୍କ ଭିନ୍ନ ଭିନ୍ନ କମେଣ୍ଟ ଦେଖିବା ପାଇଁ ମିଳୁଛି । ଫଟୋରେ ରଣବୀର ଆଲିଆଙ୍କୁ କିସ୍ କରୁଥିବାର ନଜର ଆସୁଛନ୍ତି ।

ମୁମ୍ବାଇ: ଫିଲ୍ମ 'ବ୍ରହ୍ମାସ୍ତ୍ର'କୁ ବକ୍ସ ଅଫିସରେ ବଡ଼ ସଫଳତା ମିଳିପାରିଛି । ଯେଉଁ ଫିଲ୍ମ ସହ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ । ଦର୍ଶକ ଏହି ଯୋଡିକୁ ବେଶ ଭଲ ପାଇବା ଦେଉଛନ୍ତି । ସୋଶାଲ ମିଡିଆରେ ପ୍ରତିଦିନ ଉଭୟଙ୍କର ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ଏହାରି ମଧ୍ୟ ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁ ଫଟୋକୁ ବର୍ତ୍ତମାନ ୨ ମିଲିୟନରୁ ଅଧିକ ଲୋକ ଦେଖିବା ସହ ଲାଇକ୍ ମଧ୍ୟ କରିସାରିଲେଣି । ଏହି ଫଟୋଟି ଏବେ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେବାରେ ଲାଗିଛି । ରଣବୀର ଆଲିଆଙ୍କର ଏହି ରୋମାଣ୍ଟିକ୍ ଫଟୋକୁ ଫ୍ୟାନ୍ସ ବେଶ୍ ପସନ୍ଦ କରୁଛନ୍ତି । ଯେଉଁଥିରେ ଦର୍ଶକଙ୍କ ଭିନ୍ନ ଭିନ୍ନ କମେଣ୍ଟ ଦେଖିବା ପାଇଁ ମିଳୁଛି । ଫଟୋରେ ରଣବୀର ଆଲିଆଙ୍କୁ କିସ୍ କରୁଥିବାର ନଜର ଆସୁଛନ୍ତି ।

alia-ranbir

ଆଲିଆଙ୍କୁ ନେଇ କ'ଣ କହିଲେ ରଣବୀର

ନିକଟରେ ଏକ ସାକ୍ଷାତକାରରେ ରଣବୀର କହିଛନ୍ତି ସେ ଆଲିଆଙ୍କ ଉପରେ ଖୁବ ନିର୍ଭରଶୀଳ । କାରଣ ଆଲିଆ ପ୍ରତ୍ୟକ ସମୟରେ ତାଙ୍କ ସହିତ ରହିଥାନ୍ତି । ଏହା ଛଡା ରଣବୀର ଏହା ମଧ୍ୟ କହିଛନ୍ତି ଯେ 'ଯଦି ମୁଁ ଜାଣି ନାହିଁ ଆଲିଆ କେଉଁଠି ଅଛି ତେବେ ନ ଜାଣିବା ପର୍ଯ୍ୟନ୍ତ ନା ମୁଁ ବାଥରୁମ୍ ଯାଏ ନା ଖାଇବା ଖାଏ । ସେ ବସ୍ ମୋ ପାଖରେ ବସିଥିବା ଦରକାର' ତେବେ ରଣବୀରଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି ଆଲିଆ । ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।


ତେବେ ଖୁବ୍ ଶିଘ୍ର ରିଲିଜ୍ ହେବା ପାଇଁ ଯାଉଛି ରକି 'Rocky Aur Rani Ki Prem Kahani' ଯେଉଁଥିରେ ସେ ରଣବୀର ସିଂ ସହ ନଜର ଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+