ବଲିଉଡର ସବୁଠୁ ଧନୀ ଷ୍ଟାରକିଡ୍ ରଣବୀର -ଆଲିଆଙ୍କ ଝିଅ ରାହା କପୁର, ଜାଣନ୍ତୁ କିପରି
Ranbir-Alia New House: ବଲିଉଡର ଚର୍ଚ୍ଚିତ, ପ୍ରସିଦ୍ଧ ଷ୍ଟାର କପଲ୍ ଆଲିଆ ଏବଂ ରଣବୀର । ଦୀର୍ଘ ଦିନ ହେବ ମୁମ୍ବାଇରେ ନିଜର ଏକ ସୁନ୍ଦର ସ୍ୱପ୍ନର ଘର ନିର୍ମାଣ କରୁଛନ୍ତି । ଦମ୍ପତି ଖୁବ୍ ଶୀଘ୍ର ନିଜ ନୂଆ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରାୟତଃ ଏହି କପଲକୁ ବିଳାସପୂର୍ଣ୍ଣ ବଙ୍ଗଲୋ ବାହାରେ ଦେଖିବା ପାଇଁ ମିଳିଥାଏ ।
ବର୍ତ୍ତମାନ ତାଙ୍କର ଏହି ସ୍ୱପ୍ନର ଘରକୁ ନେଇ ରହିଛି ଏକ ଖାସ୍ ଅପଡେଟ୍ । ଖବର ଅନୁସାରେ, ଆଲିଆ ଭଟ୍ଟ ଏବଂ ରଣବୀର କପୁର ନିଜର ଏହି ଘର ଝିଅ ରାହା କପୁରଙ୍କ ନାଁରେ କରିବାର ନିଷ୍ପତ୍ତି ନେଇଛନ୍ତି । ଖାସ୍ କଥା ହେଲା ଉଭୟ କଠିନ୍ ପରିଶ୍ରମ କରି ରୋଜଗାର କରୁଥିବା ଅର୍ଥରେ ନିଜର ଏହି ସ୍ୱପ୍ନର ଘର ନିର୍ମାଣ କରୁଛନ୍ତି ।
ଏହାକୁ ତିଆରି କରିବା ପାଇଁ ମୋଟ୍ 250 କୋଟି ଟଙ୍କା ଖର୍ଚ୍ଚ ହେଉଥିବା ନେଇ ଖବର ରହିଛି । ତେବେ ଯଦି ରଣବୀର-ଆଲିଆ ନିଜର ଏହି ଘର ଝିଅ ରାହା ନାଁରେ ଟ୍ରାନ୍ସଫର୍ କରନ୍ତି ତେବେ ସେ ବିଟାଉନର ସବୁଠୁ ଧନୀ ଷ୍ଟାର୍ କିଡ୍ ହୋଇଯିବେ । ରଣବୀର କପୁର ଏବଂ ଆଲିଆ ଭଟ୍ଟ ଅନେକ ସମୟରେ ନିଜ ଘରର କାମ ଦେଖିବା ପାଇଁ ପହଞ୍ଚିଥାନ୍ତି । ଉଭୟ ଏହି ଘରର ନାଁ 'କୃଷ୍ଣ ରାଜ ବଙ୍ଗଲୋ' ରଖିଛନ୍ତି। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରଣବୀର ଏବଂ ଆଲିଆଙ୍କର ଆଉ 4ଟି ଫ୍ଲାଟ ରହିଛି, ଯାହାର ମୂଲ୍ୟ ପ୍ରାୟ 60 କୋଟି ଟଙ୍କା ।

ଯଦି ଉଭୟଙ୍କ ୱାର୍କଫ୍ରଣ୍ଟ ବିଷୟରେ ଆଲୋଚନା କରିବା ତେବେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ' ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମ ପାଇଁ ଅଭିନେତାଙ୍କୁ କଠିନ୍ ପରିଶ୍ରମ କରିବା ପାଇଁ ପଡୁଛି । ତେବେ ଖବର ରହିଛି ଯେ, ଏହି ସିନେମା ପାଇଁ ଅଭିନେତା ଆମିଷ ଖାଉ ନାହାଁନ୍ତି । ସେହିପରି ଏହି ଚଳଚ୍ଚିତ୍ରରେ ସୀତା ଭୂମିକାରେ ସାଇ ପଲ୍ଲଭି ନଜର ଆସିବେ ।












Click it and Unblock the Notifications