ଦୀପିକା ପାଦୁକୋନଙ୍କ ବର୍ଥ ଡେ ପାର୍ଟିରେ ରଣବୀର-ଆଲିଆ
ଦୀପିକା ପାଦୁକୋନଙ୍କ ବର୍ଥ ଡେ ପାର୍ଟିରେ ସାମଲି ଥିଲେ ଦୀପିକାଙ୍କ ଏକ୍ସ-ବୟଫ୍ରେଣ୍ଡ ରଣବୀର କପୁର ।
ମୁମ୍ବାଇ: ମଙ୍ଗଳବାର ଦୀପିକା ପାଦୁକୋନ ତାଙ୍କର 35 ତମ ଜନ୍ମଦିନ ପାଳନ କରିଛନ୍ତି। ଦୀପିକାଙ୍କ ବର୍ଥ ଡେ ପାର୍ଟିରେ ବି-ଟାଉନ ବହୁ ନାମିଦାମୀ ସେଲିବ୍ରେଟିଙ୍କୁ ଦେଖିବାକୁ ମିଳିଥିଲା । ଆଉ ଯାହା ମଧ୍ୟରେ ସାମଲି ଥିଲେ ଦୀପିକାଙ୍କ ଏକ୍ସ-ବୟଫ୍ରେଣ୍ଡ ରଣବୀର କପୁର । ତେବେ ରଣବୀରଙ୍କ ସହ ମଧ୍ୟ ଆସିଥିଲେ ତାଙ୍କ ବର୍ତ୍ତମାନର ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟ ।

ସେହିପରି ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡି ଅନନ୍ୟା ପାଣ୍ଡେଙ୍କ ସହ ଇଶାନ ଖଟ୍ଟର ନଜର ଆସିଥିଲେ। ଅତିଥିମାନଙ୍କ ମଧ୍ୟରେ କରଣ ଜୋହର ମଧ୍ୟ ଥିଲେ। ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ସହ ନୂଆ ବର୍ଷ ପାଳନ କରିବା ପରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପୁଣିଥରେ ଦୀପିକଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଥିଲେ । ସେମାନଙ୍କ ସହ ଆଲିଆଙ୍କ ଭଉଣୀ ଶାହିନ୍ ଭଟ୍ଟ ମଧ୍ୟ ଥିଲେ। ତେବେ ସେ ଶୀଘ୍ର ଚାଲିଯାଇଥିଲେ ଏବଂ ରଣବୀର ଏବଂ ଆଲିଆ ବିଳମ୍ବିକ ରାତିରେ ପାର୍ଟିରୁ ବାହାରିଥିଲେ।

ରଣବୀର ଏକ କଳା ପ୍ୟାଣ୍ଟ ସହିତ ଧଳା ସାର୍ଟ ପିନ୍ଧିଥିବା ବେଳେ ଆଲିଆ କଳା ବ୍ୟାଗୀ ଜିନ୍ସ ସହିତ ଏକ କଳା ଟ୍ୟୁବ୍ ପିନ୍ଧିଥିଲେ । ତେବେ ଆଲିଆ ଓ ରଣବୀରଙ୍କ ଏହି ପାର୍ଟି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।












Click it and Unblock the Notifications