Get Updates
Get notified of breaking news, exclusive insights, and must-see stories!

ରଣବୀର-ଆଲିଆଙ୍କ ଖ୍ରୀଷ୍ଟମାସ ଗିଫ୍ଟ୍: ପ୍ରଥମ ଥର ଦେଖାଇଲେ ଝିଅର ଚେହେରା

Raha First Public Appearence: ଖ୍ରୀଷ୍ଟମାସ ଅବସରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିଜ ପ୍ରଶଂସକଙ୍କୁ ଦେଇଛନ୍ତି ଖାସ ଉପହାର । ଏହି ଷ୍ଟାର କପଲ୍ ନିଜ ପ୍ରିୟ ଝିଅ ରାହାର ଚେହେରା ପ୍ରଥମ ଥର ସାରା ଦୁନିଆକୁ ଦେଖାଇଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା କିଛି କ୍ଷଣ ମଧ୍ୟରେ ପ୍ରାୟ ଲକ୍ଷରୁ ଅଧିକ ଥର ଦେଖାଯାଇ ସରିଲାଣି ।

ଆଜି କପୁର ପରିବାରର ଖ୍ରୀଷ୍ଟମାସ ମଧ୍ୟାହ୍ନ ଭୋଜନ ସମୟରେ ପ୍ରଥମ ଥର ପାପାରାଜିଙ୍କୁ ରଣବୀର-ଆଲିଆ ନିଜ ଝିଅ ରାହାଙ୍କ ଚେହେରା ଦେଖାଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । କିଛି ଫ୍ୟାନ୍ସ ଏହି ଭିଡିଓ ସେୟାର ମଧ୍ୟ କରିଛନ୍ତି । ଭିଡିଓରେ ରଣବୀର ଝିଅ ରାହାଙ୍କୁ ନିଜ କୋଳରେ ଧରି ଥିବାର ନଜର ଆସୁଛନ୍ତି । ଭିଡିଓରେ କମେଣ୍ଟ ଓ ଲାଇକ୍ସର ବର୍ଷା ହେଉଥିବାର ଦେଖିବା ପାଇଁ ମିଳୁଛି ।

Ranbir Kapoor

ସୂଚନାଥାଉ ଯେ, ନଭେମ୍ବର ୬ ତାରିଖ ୨୦୨୨ରେ ରାହା କପୁରଙ୍କ ଜନ୍ମ ହୋଇଥିଲା । କପୁର ଏବଂ ଭଟ୍ଟ ପରିବାରରେ କନ୍ୟା ସନ୍ତାନ ନେଇ ଖୁସିର ଲହରୀ ଖେଳିଯାଇଥିଲା । ଗତ ବର୍ଷ ଏହି ପରିବାର ପାଇଁ ସେଲିବ୍ରେସନର ବର୍ଷ । ପ୍ରଥମେ ବିବାହ ଏହାପରେ ପ୍ରଥମ ସନ୍ତାନର ଖୁସି ମନାଇଥିଲେ ରଣବୀର କପୁର ଏବଂ ପରିବାର। 2022 ଏପ୍ରିଲ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଲିଆ-ରଣବୀର । ଜୁନରେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+