ବ୍ରହ୍ମାସ୍ତ୍ରର ପ୍ରଥମ ଗୀତରେ ରଣବୀର ଓ ଆଲିଆଙ୍କ ରୋମାନ୍ସ ,ଟ୍ରେଣ୍ତ କରୁଛି 'କେଶରିଆ'
ବ୍ରହ୍ମାସ୍ତ୍ରର ପ୍ରଥମ ଗୀତରେ ରଣବୀର ଓ ଆଲିଆଙ୍କ ରୋମାନ୍ସ ,ଟ୍ରେଣ୍ତ କରୁଛି 'କେଶରିଆ'Ranbir and Alia's romance in the first song of Brahmastra, trending 'Kesharia'
ମୁମ୍ବାଇ: ରିଲିଜ୍ ହେଲା ରଣବୀର କପୁର ଓ ଚୁଲବୁଲି ଆଲିଆଙ୍କ ମୋଷ୍ଟ ଅୱେଟେଡ୍ ଗୀତ କେଶରିଆ ।ସୋସିଆଲ ମିଡିଆରେ ରିଲିଜ୍ କରାଯାଇଛି । ବ୍ରହ୍ମାସ୍ତ୍ରର ଗୀତ କେଶରିଆକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ଯାହା ଏବେ ଟ୍ରେଣ୍ତରେ ରହିଛି ।ଏହି ଗୀତକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ବଡପରଦାରେ ଆଲିଆ ରଣବୀରଙ୍କୁ ପ୍ରଥମ ଥର ଏକାଠି ଦେଖିବା ପାଇଁ ମିଳିବ ।ଗୀତରେ ଉଭୟଙ୍କ ରୋମାଣ୍ଟି କେମେଷ୍ଟ୍ରି ଖୁବ ଖାସ ରହିଛି ପରଦାରେ ଉଭୟଙ୍କ ପ୍ରେମ ଝଲସୁଛି ।ବାରାଣାସୀ ସହରରେ ଆଲିଆ-ରଣବୀରଙ୍କ ରୋମାନ୍ସକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ । କିଛି ମିନିଟ ମଧ୍ୟରେ ଗୀତଟିକୁ ୟୁଟ୍ୟୁବରେ ୨ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଦୁଇ ମିନିଟ୍ ୫୨ ସେକେଣ୍ତର ଏହି ଗୀତରେ ଇଶା ଓ ଶିବାଙ୍କ ପ୍ରେମ କାହଣୀ ଦେଖିବା ପାଇଁ ମିଳିଛ । ବାରାଣାସୀର ଆଧ୍ୟାତ୍ମିକ ସ୍ଥାନରେ ଉଭୟ ପରସ୍ପର ପ୍ରତି ଥିବା ପ୍ରେମକୁ ସ୍ୱୀକାର କରିଛନ୍ତି ତାହାର ଝଲକ ମଧ୍ୟ ଦେଖିବା ପାଇଁ ମିଳୁଛି । ଗୀତର ଏକ କ୍ଲିପ୍ ସେୟାର କରି ଆଲିଆ ଭଟ୍ଟ ଲେଖିଛନ୍ତି, ଆମ ପ୍ରେମର ସ୍ୱର ବର୍ତ୍ତମାନ ତୁମର । କେଶରିଆ ବର୍ତ୍ତମାନ ରିଲିଜ୍ ହୋଇସାରିଛି ଏହା ସହ ସେ ଏକ ହଳଦିଆ ହୃଦୟ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି ।
ଏହି ଗୀତଟିକୁ ଅରିଜିତ ସିଂ ସହ ନିକିତା ଗାନ୍ଧୀ ଗାଇଛନ୍ତି । ପୁଣି ଥରେ ଅରିଜିତ୍ ନିଜ ସ୍ୱରରେ ଦର୍ଶକଙ୍କ ମନ ଜିଣିଛନ୍ତି । ସେହପରି ଗୀତଟିକୁ ପ୍ରୀତମ ମ୍ୟୁଜିକ ଦେଇଥିବା ବେଳେ ଅମିତାଭ ଭଟ୍ଟାଚାର୍ଯ୍ୟ ଲିଖିଛନ୍ତି ।ସୋସିଆଲ ମିଡିଆରେ ଗୀତର କ୍ଲିପଗୁଡ଼ିକ ଭାଇରାଲ ହେବା ସହ ଅନେକ ରିଲସ୍ ମଧ୍ୟ ଦେଖିବା ପାଇଁ ମିଳୁଛି ।ତେବେ ଏହା ଚଳିତ ବର୍ଷର ସବୁଠାରୁ ବଡ ହିଟ୍ ଗୀତ ବୋଲି ଆଶା କରାଯାଉଛି ।
ଏହା ଏକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର, ହିନ୍ଦୀ ସହିତ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ଭାଷାରେ ୯ ସେପ୍ଟେମ୍ବରରେ ରିଲିଜ୍ ହେବ।












Click it and Unblock the Notifications