ଶେଷ ହେଲା ବିବାହ, ସାମ୍ନାକୁ ଆସିଲା ରଣବୀର-ଆଲିୟାଙ୍କ ବିବାହର ପ୍ରଥମ ଫଟୋ
ଶେଷ ହେଲା ବିବାହ । ସାମ୍ନାକୁ ଆସିଲା ରଣବୀର-ଆଲିୟାଙ୍କ ବିବାହର ପ୍ରଥମ ଫଟୋ । ମିସେସ୍ କପୁର ବନିଲେ ଆଲିଆ ।
ମୁମ୍ବାଇ: ଶେଷ ହେଲା ବିବାହ । ସାମ୍ନାକୁ ଆସିଲା ରଣବୀର-ଆଲିୟାଙ୍କ ବିବାହର ପ୍ରଥମ ଫଟୋ । ମିସେସ୍ କପୁର ବନିଲେ ଆଲିଆ । ଦୀର୍ଘ ଦିନ ହେବ ଆଲିୟା ଓ ରଣବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣ ଛେଦ ପଡିଛି। ଗତକାଲି ଦୁହିଁଙ୍କ ମେହେନ୍ଦି ସେରିମୋନି ଥିଲା। ଆଜି ହଳଦୀ ଓ ବାହାଘର ହୋଇଛି। ଏହି ଗ୍ରାଣ୍ଡ ବିବାହରେ ଭଟ୍ଟ ଓ କପୁର ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ।

ଏହା ସହିତ ନବ ବିବାହିତ ଦମ୍ପତିଙ୍କର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏବେ ରଣବୀର-ଆଲିୟାଙ୍କୁ ନେଇ ଢ଼େର ଚର୍ଚ୍ଚା । ଫେସ୍ବୁକ୍ ଟ୍ୱିଟରରେ ସତେ ଯେମିତି, ବଲିଉଡ୍ର ଏହି କ୍ୟୁଟ୍ କପୁଲ ପୁରା କବ୍ଜା କରିନେଇଛନ୍ତି । ଟ୍ୱିଟରରରେ ରଣବୀର-ଆଲିଆଙ୍କୁ ନେଇ ଅନେକ ହାସଟ୍ୟାଗ୍ ଏବେ ଟ୍ରେଣ୍ଡ କରୁଛି ।
ଅନ୍ୟପଟେ ରଣବୀର-ଆଲିଆଙ୍କ ବିବାହ ଖୁବ୍ କମ୍ ଲୋକଙ୍କ ଉପସ୍ଥିତିରେ ହୋଇଥିବା ବେଳେ ଏବେ ତାଙ୍କର ବିବାହ ରିସେପ୍ସନ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ଏହା ପରେ ମଧ୍ୟ ବିରାମ ଲଗାଇଛନ୍ତି କୋରିଓଗ୍ରାଫର ଜିତେନ୍ଦ୍ର ସିଂହ ତଥା ମାଷ୍ଟରଜୀ । ବଲିଉଡ୍ ଇଣ୍ଡଷ୍ଟ୍ରୀରୁ ଖୁବ୍ କମ୍ ଲୋକଙ୍କୁ ରଣବୀର ଆଲିଆଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ରହିଥିଲା । ତେବେ ବିବାହ ସରିବା ପରେ ସନ୍ଧ୍ୟାରେ ଆଲିଆ ଓ ରଣବୀର ମିଡିଆ ସମ୍ମୁଖକୁ ଆସିଥିଲେ ।












Click it and Unblock the Notifications